ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହେଲା ୧୦୮ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ତିଥି। ଏହି ଅବସରରେ ପୁରୀ ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୋଇଛି ୧୦୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ। ଯାହା ମଧ୍ୟରେ ରହିଛି ଅନ୍ନ, ତରକାରୀ, ମିଠା, ପିଠା ଓ କ୍ଷୀରି ଭଳି ଶତାଧିକ ପ୍ରକାର ନୈବେଦ୍ୟ। ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମିନଥିଲା। କୋଭିଡ୍ କଟକଣାରେ ଆଶ୍ରମକୁ ଆସିଥିଲେ ଶ୍ରଦ୍ଧାଳୁ। କେବଳ କିଛି ଭକ୍ତଙ୍କୁ ନେଇ କାର୍ଯ୍ୟକ୍ରମ […]

puri

Manoranjan Sial
  • Published: Saturday, 26 December 2020
  • , Updated: 26 December 2020, 09:29 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ତିଥି। ଏହି ଅବସରରେ ପୁରୀ ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୋଇଛି ୧୦୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ। ଯାହା ମଧ୍ୟରେ ରହିଛି ଅନ୍ନ, ତରକାରୀ, ମିଠା, ପିଠା ଓ କ୍ଷୀରି ଭଳି ଶତାଧିକ ପ୍ରକାର ନୈବେଦ୍ୟ।

ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମିନଥିଲା। କୋଭିଡ୍ କଟକଣାରେ ଆଶ୍ରମକୁ ଆସିଥିଲେ ଶ୍ରଦ୍ଧାଳୁ। କେବଳ କିଛି ଭକ୍ତଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କହିଛନ୍ତି ମଠାଧିଶ।

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ଏହି ଦ୍ୱାଦଶୀ ତିଥିରେ ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର ବିଶ୍ୱାସ କରାଯାଏ। ସେହି ଉଦ୍ଦେଶ୍ୟରେ ପାଳିତ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ।

Related story