ପୁରୀ: ଜମାରସୁଆଁ ଗାଁ ନିକଟ ଭୁଷୁଡିଲା ବନ୍ଧ, ୪୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ଆଶଙ୍କା

ପୁରୀ: ଜମାରସୁଆଁ ଗାଁ ନିକଟ ନୂଆ ନଈ ବନ୍ଧର ୨୦୦ ମିଟର ବନ୍ଧ ରାସ୍ତା ଭୁଷୁଡି ପଡିବାରୁ ୪୦ରୁ ଊର୍ଦ୍ଧ୍ୱ ଗାଁର ହଜାର ହଜାର ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏପରି ଅବସ୍ଥାରେ ଯଦି ବନ୍ୟାପାଣି ଆସେ ହଜାର ହଜାର ଲୋକଙ୍କ ଘରଦ୍ୱାର ଭାସିଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବନ୍ଧର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହା ଭୁଷୁଡି ପଡିଛି ବୋଲି ଅଭିଯୋଗ କରିଛନ୍ତି ୭ଟି ପଞ୍ଚାୟତର ବାସିନ୍ଦା ।

jamar suan river wall VIS......wmv_snapshot_00.39_[2015.08.23_16.32.19]

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 02:20 PM IST

ପୁରୀ: ଜମାରସୁଆଁ ଗାଁ ନିକଟ ନୂଆ ନଈ ବନ୍ଧର ୨୦୦ ମିଟର ବନ୍ଧ ରାସ୍ତା ଭୁଷୁଡି ପଡିବାରୁ ୪୦ରୁ ଊର୍ଦ୍ଧ୍ୱ ଗାଁର ହଜାର ହଜାର ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏପରି ଅବସ୍ଥାରେ ଯଦି ବନ୍ୟାପାଣି ଆସେ ହଜାର ହଜାର ଲୋକଙ୍କ ଘରଦ୍ୱାର ଭାସିଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବନ୍ଧର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହା ଭୁଷୁଡି ପଡିଛି ବୋଲି ଅଭିଯୋଗ କରିଛନ୍ତି ୭ଟି ପଞ୍ଚାୟତର ବାସିନ୍ଦା ।

ଶନିବାର ସନ୍ଧ୍ୟାରେ ହଠାତ ଜମାରୁସୁଆଁ ଗାଁ ନିକଟରେ ନୂଆ ନଈର ବନ୍ଧ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଭୁଷୁଡି ପଡିବା ସହ ତଳକୁ ଦବି ଯାଇଛି। ବନ୍ଧ ଭୁଷୁଡିବା ସମୟରେ ଯାଉଥିବା କିଛି ଲୋକ ଅଳ୍ପକେ ଦୁଘୟଟଣାରୁ ବର୍ତ୍ତି ଯାଇଥିଲେ । ଏବେ ବନ୍ୟାପାଣି ଆସିଲେ ୪୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏପର କି ନିକଟବର୍ତ୍ତୀ ୭ଟା ପଞ୍ଚାୟତ ବିଶେଷ କରି ଜମାରସୁଆଁ, ନୂଆଗାଁ, ଡାଇଲିବାଟି, ବଘାଆଳଦା, ନନ୍ଦସାହି, ବାଲିପୁଟ, ମାର୍କଣ୍ଡପୁର, ଚାରିଶ୍ରୀ, ବିଲିପଡା ଆଦି ଅନେକ ଗାଁ ସମ୍ପୂର୍ଣ୍ଣ ଭାସିଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଗତ ୧୫ଦିନ ତଳେ ବନ୍ଧରେ ୧୦୦ ମିଟର ରାସ୍ତା ଧସିଯାଇଥିଲା । ଏବେ ରାସ୍ତାଟି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଜିଲ୍ଲା ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଗଗନ ବିଶ୍ୱାଳ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ୨୦ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା । ଏବେ ବନ୍ଧ ରାସ୍ତାକୁ ଉଚ୍ଚା କରାଯିବା ସହ ଗବକୁଣ୍ଡଠାରୁ ପୁରୀ-କୋଣାର୍କ ରାସ୍ତା ପର୍ଯ୍ୟନ୍ତ ୧୨ କିଲୋମିଟର ପାଇଁ ପ୍ରାୟ ୪ କୋଟି ଟଙ୍କ।ର ବ୍ୟୟବରାଦ କରାଯାଇଛି। ପ୍ରଥମେ ବନ୍ଧ ରାସ୍ତାକୁ ମାଟି ଓ ମୋରମ ପକାଯାଇଛି। ପରେ ପିଚୁ କରାଯିବାର ଥିଲା। କାର୍ଯ୍ୟ ହେବାର କିଛିଦିନ ମଧ୍ୟରେ ଭୁଷୁଡି ପଡିବାକୁ ନେଇ ପ୍ରଶ୍ନ ଉଠୁଛି । ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ଜିଲ୍ଲା ଜଳସମ୍ପଦ ନିର୍ବାହୀଯନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କେଉଁ କାରଣରୁ ବନ୍ଧ ଭୁଷୁଡି ପଡିଲା ଓ ତଳଭାଗରୁ ମାଟି କାହିଁକି ବାହାରିପଡିଲା ତାହାକୁ ତଦନ୍ତ ସାଇଣ୍ଟିଫିକ ଟିମ ଦ୍ୱାରା କରାଯିବ । ଏହି ସ୍ଥାନର ବନ୍ଧର ତଳଭାଗରୁ ପାଣି ମିଶା ମାଟି ବାହାରି ନିକଟସ୍ଥ ଜଳାଶୟରେ ପଶି ପୋତି ହୋଇଯାଇଛି।

Related story