ପୁରୀ ଡାକ୍ତରଖାନାରେ ଭଙ୍ଗାରୁଜା ଘଟଣା: ୬ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଦୁର୍ବୃତ୍ତମାନେ ଡାକ୍ତରଖାନାର ଆସବାବପତ୍ର ସହ ବିଭିନ୍ନ ମେଡିକାଲ ଉପକରଣ ଭଙ୍ଗାରୁଜା କରିଥିଲେ।  ଡାକ୍ତରଖାନାରେ ବାରମ୍ୱାର ଏପରି ଘଟଣା ଘଟୁଥିବା ପ୍ରତିବାଦରେ ନିଜ ପଦରୁ ୪ ଜଣ ଡାକ୍ତର ଗତକାଲି ଇସ୍ତଫା ଦେଇଥିଲେ। ତେବେ ମେଡିକାଲ୍ କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରି ନ ଥିଲେ। ୨୪ ଘଣ୍ଟିଆ ସୁରକ୍ଷା  ନ ମିଳିଲେ କାମରେ ଯୋଗ ଦେବେ ନାହିଁ […]

puri

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 02:48 PM IST

ପୁରୀ: ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଦୁର୍ବୃତ୍ତମାନେ ଡାକ୍ତରଖାନାର ଆସବାବପତ୍ର ସହ ବିଭିନ୍ନ ମେଡିକାଲ ଉପକରଣ ଭଙ୍ଗାରୁଜା କରିଥିଲେ।  ଡାକ୍ତରଖାନାରେ ବାରମ୍ୱାର ଏପରି ଘଟଣା ଘଟୁଥିବା ପ୍ରତିବାଦରେ ନିଜ ପଦରୁ ୪ ଜଣ ଡାକ୍ତର ଗତକାଲି ଇସ୍ତଫା ଦେଇଥିଲେ। ତେବେ ମେଡିକାଲ୍ କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରି ନ ଥିଲେ।

୨୪ ଘଣ୍ଟିଆ ସୁରକ୍ଷା  ନ ମିଳିଲେ କାମରେ ଯୋଗ ଦେବେ ନାହିଁ ବୋଲି ଡାକ୍ତରମାନେ ଜିଦ୍‌ ଧରି ଧରଣାରେ ଥିଲେ।  ଫଳରେ ରୋଗୀସେବା ବ୍ୟାହତ ହୋଇଥିଲା।

ଗଣ୍ଡଗୋଳ ସ୍ଥିତିକୁ ଦେଖି ଅତିରିକ୍ତ ଜିଲ୍ଲାପାଳ ଏକ ବୈଠକ ଡାକି ଉପ-ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ସିଡିଏମ୍‌ଓ ସହ ଆଲୋଚନା କରି କର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିବା ପରେ ଡାକ୍ତରମାନେ କାମକୁ ଫେରିଥିଲେ।

Related story