ନରମିଲା ପ୍ରଶାସନ, ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ରାସ୍ତା ପ୍ରଶସ୍ତ ନାଁରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ ଭାଙ୍ଗି ଦିଆଯାଇଥିଲା। ଯାହାକୁ ପୁରାତନ ଛାତ୍ର […]

pathalpuri

Manoranjan Sial
  • Published: Saturday, 19 September 2020
  • , Updated: 19 September 2020, 04:45 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ ହଷ୍ଟେଲ ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ।

ରାସ୍ତା ପ୍ରଶସ୍ତ ନାଁରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ ଭାଙ୍ଗି ଦିଆଯାଇଥିଲା। ଯାହାକୁ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରିଥିଲା। ହଷ୍ଟେଲ୍‌ ପାଚେରୀ ପୁନଃ ନିର୍ମାଣ ଓ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବା ଐତିହ୍ୟ ବିଲିଡିଂର ପୁନରୁଦ୍ଧାର କରିବାକୁ ଦାବି ହୋଇଥିଲା।

ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଦାବି ଆଗରେ ମୁଣ୍ଡ ନୁଆଁଇଲା ଜିଲ୍ଲା ପ୍ରଶାସନ। ଶେଷରେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣରୁ ଓହରିଥିଲା। ପୂର୍ବଭଳି କାନ୍ଥ ପାଚେରୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ। ଆଜି ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଛାତ୍ରମାନଙ୍କୁ ଡାକି ଉପଜିଲ୍ଲାପାଳ ଭବତାରଣ ସାହୁ ଆଲୋଚନା କରିଥିଲେ। ଅଲୋଚନା ପରେ ପାଥରପୁରୀ ହଷ୍ଟେଲ ପାଚେରୀକୁ ପୁନଃ ନିର୍ମାଣ ପାଇଁ ପୁରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

ଏହା ପରେ ପୁରାତନ ଛାତ୍ର କ୍ରିୟାନୁଷ୍ଠାନର ଛାତ୍ରମାନେ ବେଶ ଖୁସି ଜାହିର କରିଛନ୍ତି। ଏଥି ସହ ଆଗକୁ କିଭଳି ଏହି ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର, ଜୁନିୟର କଲେଜ ନିର୍ମାଣ ହେବ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ କିଭଳି ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ, ତାହା ଉପରେ କାର୍ଯ୍ୟ କରିବ ବୋଲି ଛାତ୍ରମାନେ କହିଛନ୍ତି।

Related story