ଫୋନି ଦୋହଲାଇ ଦେଲା ପୁରୀ ବଳଙ୍ଗାର ଚିତ୍ର

ପୁରୀ(ଓଡ଼ିଶା ରିପୋର୍ଟର):ଫୋନି କୋପରେ ଛାରଖାର ହୋଇଛି ସମଗ୍ର ପୁରୀ ଜିଲ୍ଲା। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ଫୋନି। ମହା ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର । ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା ନୁହେଁ, ବରଂ ଅଞ୍ଚଳର ସ୍କୁଲ, କଲେଜ, ଡାକ୍ତରଖାନା ଭଳି ସମସ୍ତ ଭିତ୍ତିଭୂମି ମାଟିରେ ମିଶିଛି ।ବଳଙ୍ଗାରେ ଫୋନି ଯେଭଳି କ୍ଷତ ସୃଷ୍ଟି କରିଛି […]

pio

Tapas Behera
  • Published: Monday, 13 May 2019
  • , Updated: 13 May 2019, 08:03 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଫୋନି କୋପରେ ଛାରଖାର ହୋଇଛି ସମଗ୍ର ପୁରୀ ଜିଲ୍ଲା। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ଫୋନି। ମହା ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର । ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା ନୁହେଁ, ବରଂ ଅଞ୍ଚଳର ସ୍କୁଲ, କଲେଜ, ଡାକ୍ତରଖାନା ଭଳି ସମସ୍ତ ଭିତ୍ତିଭୂମି ମାଟିରେ ମିଶିଛି ।ବଳଙ୍ଗାରେ ଫୋନି ଯେଭଳି କ୍ଷତ ସୃଷ୍ଟି କରିଛି ତାହା ପୂରଣ ହେବାକୁ କେତେ ଯେ, ସମୟ ଲାଗିବ, ତାହା ଅନୁମାନ କରିବା ମୁସ୍କିଲ ।

ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାର ୧୦ ଦିନ ବିତିଲାଣି ହେଲେ ଏଯାଏଁ ବଦଳି ପାରିନି ନିରାଶ୍ରୟଙ୍କ ଠିକଣା। ବାରଣ୍ଡାରେ ବିତୁଛି ବାସହରାଙ୍କ ଜୀବନ । ଏମିତି ଗୋଟିଏ କି ଦୁଇଟି ନୁହେଁ, ବରଂ ଫୋନି ପ୍ରଳୟ ପରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଶହ ଶହ ପରିବାର ଲୋକଙ୍କ ଏମିତି ଜୀବନ ବିତୁଛି। ଭାଗ୍ୟରେ ଜୁଟିଛି।

ଏମିତି ବିଡମ୍ବନା ୩ ତାରିଖରେ ବହିଥିବା ସେ ପ୍ରଳୟଙ୍କାରୀ ଅଣଚାଶ ପବନକୁ ସାମ୍ନା କରିନପାରି ସତେ ଯେମିତି ଚିର ନିଦ୍ରାରେ ଶୋଇ ଯାଇଛି ସମଗ୍ର ବଳଙ୍ଗା ଅଞ୍ଚଳ। ବାତ୍ୟା ମାଡ଼ରେ ଘରଦ୍ୱାର ତ ଭାଙ୍ଗିଛି, ତାସହ ପୁରା ବଳଙ୍ଗା ଅଞ୍ଚଳର ସମସ୍ତ ସରକାରୀ ଭିତ୍ତିଭୂମିକୁ ବି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ସମଗ୍ର ବଳଙ୍ଗା ଅଞ୍ଚଳରେ ଫୋନି ଯେଉଁ ବିତ୍ପାତ ଘଟାଇଛି ତାର କ୍ଷତ ଏତେ ଗଭୀର ଯେ, ତାହା ପୂରିବାକୁ କେତେ ସମୟ ଲାଗିବ, ତାହା ଆକଳନ କରିବା କାଠିକର ପାଠ।

Related story