‘ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହେବେ ସେବାୟତ’

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କରୋନାମୁକ୍ତ ରଥଯାତ୍ରା ଆୟୋଜନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରଥଯାତ୍ରାରେ ସାମିଲ ୫ ଲୋକଙ୍କ କୋଭିଡ ଟେଷ୍ଟ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ସମସ୍ତ ସେବାୟତ, ପୁଲିସ୍‌ କର୍ମଚାରୀ ଓ ସଫେଇ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ ସରିଥିବା ବେଳେ ସେବାୟତଙ୍କର ୨ ରାଉଣ୍ଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦୁଇ ଥର କୋଭିଡ୍ ଟେଷ୍ଟ ପରେ ଯେଉଁ ସେବାୟତଙ୍କ […]

puri-4

Niharika Rout
  • Published: Friday, 26 June 2020
  • , Updated: 26 June 2020, 07:43 AM IST

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କରୋନାମୁକ୍ତ ରଥଯାତ୍ରା ଆୟୋଜନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରଥଯାତ୍ରାରେ ସାମିଲ ୫ ଲୋକଙ୍କ କୋଭିଡ ଟେଷ୍ଟ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ସମସ୍ତ ସେବାୟତ, ପୁଲିସ୍‌ କର୍ମଚାରୀ ଓ ସଫେଇ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ ସରିଥିବା ବେଳେ ସେବାୟତଙ୍କର ୨ ରାଉଣ୍ଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦୁଇ ଥର କୋଭିଡ୍ ଟେଷ୍ଟ ପରେ ଯେଉଁ ସେବାୟତଙ୍କ ନମୁନା ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ଆଗାମୀ ବାହୁଡ଼ା ଯାତ୍ରାରେ ଭାଗ ନେଇ ପାରିବେ । ତାସହ ସେବାୟତଙ୍କ  ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ ।

ସହରରେ ଡୋର ଟୁ ଡୋର ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ନିଳାଦ୍ରୀ ବିଜେ ସରିବା ପରେ ଆହୁରି ୧୦ଦିନ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ । ବଡ଼ଦାଣ୍ଡ ସହ ଆଖପାଖ ଗଳି ବି ସାନିଟାଇଜ୍ କରାଯିବ ।

ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡମୁକ୍ତ ରଥଯାତ୍ରା ଆୟୋଜନ ଲାଗି ସବୁ ପ୍ରକାର ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Related story