ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ ପୁରୀବାସୀ, ରହିଛି ଏହି ସର୍ତ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଧାର କାର୍ଡ ଓ ଟିକାର ଡବଲ୍‌ ଡୋଜ୍‌ ସାର୍ଟିଫିକେଟ୍‌ ଦେଖାଇ ପୁରୀବାସୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ନଭେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ। ମହାମାରୀ କରୋନାର କଟକଣା ହଟିବା ପରେ ଖୋଲିଥିଲା ଶ୍ରୀମନ୍ଦିର। ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଥିଲା। ତେଣୁ ସବୁଦିନ ଶ୍ରୀମନ୍ଦିର ଯାଉଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା […]

puri-2

Manoranjan Sial
  • Published: Wednesday, 27 October 2021
  • , Updated: 27 October 2021, 04:43 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଧାର କାର୍ଡ ଓ ଟିକାର ଡବଲ୍‌ ଡୋଜ୍‌ ସାର୍ଟିଫିକେଟ୍‌ ଦେଖାଇ ପୁରୀବାସୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ନଭେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ।

ମହାମାରୀ କରୋନାର କଟକଣା ହଟିବା ପରେ ଖୋଲିଥିଲା ଶ୍ରୀମନ୍ଦିର। ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଥିଲା। ତେଣୁ ସବୁଦିନ ଶ୍ରୀମନ୍ଦିର ଯାଉଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଯେଉଁଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏପରିକି କିଛି ସଙ୍ଗଠନ ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଆଜି ବସିଥିଲା ଭରର୍ଚୁଆଲ୍‌ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ଜିଲ୍ଲପାଳ ସମର୍ଥ ବର୍ମା, ଏସ୍‌ପି କେ. ଵିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଶେଷରେ ମନ୍ଦିର ପ୍ରବେଶ ଉପରେ ନିଷ୍ପତ୍ତି ନିଆଯାଇଥିଲା।

Related story