ପୁରୀ: ରେଷ୍ଟୁରାଣ୍ଟ ଉପରେ ବୋମାମାଡ଼, ଜଣେ ଆହତ

ପୁରୀ: ପୁରୀ ଅଠରନଳା ଛକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ଉପରେ ଗତକାଲି ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ରେଷ୍ଟୁରାଣ୍ଟ ମାଲିକ କିଶୋର ରାଉତ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାନ୍ଦା ମାଗିବାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଆହତ କିଶୋର ଅଭିଯୋଗ କରିଛନ୍ତି। ୩ ଜଣ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ବାଇକ୍‌ରେ ଆସି ବୋମାମାଡ଼ କରିଥିଲେ। ସଦରଥାନା ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଫେରାର୍‌ ଦୁର୍ବୃତ୍ତଙ୍କୁ […]

bomamada

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 08:28 AM IST

ପୁରୀ: ପୁରୀ ଅଠରନଳା ଛକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ଉପରେ ଗତକାଲି ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ରେଷ୍ଟୁରାଣ୍ଟ ମାଲିକ କିଶୋର ରାଉତ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାନ୍ଦା ମାଗିବାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଆହତ କିଶୋର ଅଭିଯୋଗ କରିଛନ୍ତି।

୩ ଜଣ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ବାଇକ୍‌ରେ ଆସି ବୋମାମାଡ଼ କରିଥିଲେ।

ସଦରଥାନା ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଫେରାର୍‌ ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି।

Related story