ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ: ଓଡ଼ିଶାରେ ରାଜନୀତିକ ଦଳ କିଏ ଅଛନ୍ତି?

ପୁରୀ(ଓଡ଼ିଶା ରିପୋର୍ଟର): ଏଏସ୍‌ଆଇର ଅନୁମତି ନ ଥାଇ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ସରକାର ନାଁ ଧରୁ ନ ଥିବାରୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି। ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି। ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି। ସେ […]

Puri Shankaracharya

Niharika Rout
  • Published: Saturday, 28 May 2022
  • , Updated: 28 May 2022, 02:50 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଏଏସ୍‌ଆଇର ଅନୁମତି ନ ଥାଇ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ସରକାର ନାଁ ଧରୁ ନ ଥିବାରୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି। ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି। ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି।

ସେ କହିଛନ୍ତି, ମୁଁ ଯାହା କୁହେ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ’ ଉପରେ ଚାପ ପକାଇ ପାରିବେନି। ସେମାନେ ମୋତେ ଡରନ୍ତି, ସେଥିପାଇଁ ମୁଁ ନ ଥିଲା ବେଳେ କାମ କରନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ତାହାକୁ ନେଇ ଚାଲିଥିବା ରାଜନୀତି ସଂପର୍କରେ ପରୋକ୍ଷରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ଶଙ୍କରାଚାର୍ଯ୍ୟ। ବିଜେପି ମିଶିକରି ଚାଲୁଛି ହେଲେ କଂଗ୍ରେସ ଆଉ କଣ ଅଛି ବୋଲି ପଚାରିଛନ୍ତି ଶଙ୍କରାଚାର୍ଯ୍ୟ ।

କେବଳ ସେତିକି ନୁହେଁ, ସେ କହିଛନ୍ତି ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି। ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି। ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ମାନିବେ। ତା ପୂର୍ବରୁ ଏମାନେ ମାନିବେ ନାହିଁ।

ସୂଚନାଯୋଗ୍ୟ, ଦିନକୁ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘନେଇବାରେ ଲାଗିଥିବା ବେଳେ କାମ କିନ୍ତୁ ଥମିବା ନାଁ ଧରୁନି।  ଏଏସ୍ଆଇ ପକ୍ଷରୁ ଜାରି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଏଣ୍ଟ୍ରି ହୋଇ ସାରିଛି  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଏସ୍ଆଇ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ପ୍ରକାର ଅନୁମତି ଦିଆଯାଇ ନ ଥିବା ବେଳେ ଏହାର ବାରଣକୁ ବି ସରକାରଙ୍କର ଖାତିର ନାହିଁ। ଏଏସ୍‌ଆଇ ତାଗିଦକୁ ବେଖାତିର କରି ସରକାର ନିର୍ମାଣ କାର୍ଯ୍ୟ କରି ଚାଲିଥିବା ବେଳେ ଏଏସ୍ଆଇ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଉଠିଛି ପ୍ରଶ୍ନ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଗତକାଲି ବର୍ଷିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଏନେଇ ସେ କହିଥିଲେ, ‘ସରକାର ମୋତେ ଡରାଇବାକୁ କୌଣସି ପଦେକ୍ଷପ ନ ନିଅନ୍ତୁ। ସରକାରଙ୍କୁ ଯଦି ଲାଗୁଛି ଧାର୍ମିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବା ଉଚିତ, ତେବେ ମୋ ସହ ଯୋଗାଯୋଗ କରନ୍ତୁ। କିନ୍ତୁ ଏମିତି ଭାବନ୍ତୁନି, ସରକାର କୌଣସି ଭୁଲ ପଦେକ୍ଷପ ନେଲେ ମୁଁ ମଉନ ରହିଯିବି। ଏହା ମୋ ଦ୍ୱାରା ହେବନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୋ ପାଖରୁ ପରାମର୍ଶ ନେବା କଥା। ହେଲେ ଯେଉଁମାନେ କାମ ଆରମ୍ଭ କଲେ, ସେମାନେ ମୋ ପାଖରୁ କୌଣସି ପରାମର୍ଶ ନେଇ ନାହାନ୍ତି। ମୁଁ ନିଜ ଆଡ଼ୁ କାହାକୁ ପରାମର୍ଶ ଦିଏ ନାହିଁ। ସବୁକଥା ଶୁଣି ପରିସ୍ଥିତି ଦେଖି ମୁଁ ମୁହଁ ଖୋଲିଥାଏ।’

Related story