ପୁରୀ: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକର୍ମା ମହାରଣା ଓ ରୂପକାର ସେବାୟତମାନେ କାମ ଶୀଘ୍ର ସାରିବାକୁ ଲାଗି ପଡିଛନ୍ତି । ଏବେ କେବଳ ସିଂହାସନ, ପ୍ରଭା ଓ ବେଦୀ କାମ ବାକି ରହିଛି। ଏହାପରେ କନାରେ ମୁଣ୍ଡୁଣି ହୋଇ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ତିନି ରଥ। ନବକଳେବର ବର୍ଷ ହୋଇଥିବାରୁ ବ୍ରହ୍ମ ପରିବର୍ତ୍ତନ ପରେ ଏଥର ପୁରୁଣା […]

ratha

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 02:52 AM IST

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକର୍ମା ମହାରଣା ଓ ରୂପକାର ସେବାୟତମାନେ କାମ ଶୀଘ୍ର ସାରିବାକୁ ଲାଗି ପଡିଛନ୍ତି । ଏବେ କେବଳ ସିଂହାସନ, ପ୍ରଭା ଓ ବେଦୀ କାମ ବାକି ରହିଛି। ଏହାପରେ କନାରେ ମୁଣ୍ଡୁଣି ହୋଇ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ତିନି ରଥ। ନବକଳେବର ବର୍ଷ ହୋଇଥିବାରୁ ବ୍ରହ୍ମ ପରିବର୍ତ୍ତନ ପରେ ଏଥର ପୁରୁଣା ବିଗ୍ରହଙ୍କ ସହ ପାର୍ଶ୍ୱ ଦେବଦେବୀଙ୍କ ସହ ଅନ୍ୟ ମୂର୍ତ୍ତିଙ୍କୁ ବି ପାତାଳି କରାଯାଇଥିଲା। ନୂତନ ଭାବେ ନିର୍ମିତ ୩ ସାରଥୀ, ୧୨ ଅଶ୍ୱ, ୬ ଓଲଟ ଶୁଆ ଓ ଅନ୍ୟ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ସେବାୟତ।

Related story