ପୁରୀ: ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ସଂପନ୍ନ
ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ଆଜି ରାତି ୧୦ଟାରୁ ୧୧ଟା ଭିତରେ ପହୁଡ଼ ଫିଟିବା ପରେ ଶ୍ରୀଜିଉ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ।ଆଜି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ […]
ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ଆଜି ରାତି ୧୦ଟାରୁ ୧୧ଟା ଭିତରେ ପହୁଡ଼ ଫିଟିବା ପରେ ଶ୍ରୀଜିଉ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ।ଆଜି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ନପାଇ ଭକ୍ତ ନିରାଶ ହୋଇଛନ୍ତି ।