ଅଳ୍ପ ସେବାୟତରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା!

ପୁରୀ(ଓଡ଼ିଶା ରିପୋର୍ଟର): ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ବର୍ଷ ସ୍ନାନ ଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ। ଏନେଇ ୨୫ ତାରିଖ ସୁଦ୍ଧା […]

jagannath

Manoranjan Sial
  • Published: Thursday, 21 May 2020
  • , Updated: 21 May 2020, 04:16 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ବର୍ଷ ସ୍ନାନ ଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ। ଏନେଇ ୨୫ ତାରିଖ ସୁଦ୍ଧା ସେବାୟତଙ୍କ ଏକ ତାଲିକା ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦେବାକୁ ଆଲୋଚନାରେ କୁହାଯାଇଛି। କିଏ କିଏ ସ୍ନାନ ଯାତ୍ରାରେ ଉପସ୍ଥିତ ରହିବେ, ନୀତି କେତେବେଳେ ହେବ ହେବ ସେ ନେଇ ସବିଶେଷ ତାଲିକା ପ୍ରସ୍ତୁତ କରାଯିବ। ଏହାସହ ବୈଠକରେ ସ୍ନାନ ଯାତ୍ରା ନେଇ କିଛି ପ୍ରସ୍ତାବ ଦିଆଯାଇଛି। ମୁଖ୍ୟତଃ ଏଥର ଶୀଘ୍ର ପହଣ୍ଡି, ଅଣସର ନୀତିର ଅବଧିକୁ କମ କରିବା ଭଳି ପ୍ରସ୍ତାବ ଦିଆଯାଇଛି। ଏସବୁ ପ୍ରସ୍ତାବ ଉପରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ଯାହା ପରିଚାଳନା କମିଟି ପରେ ଚୂଡ଼ାନ୍ତ କରାଯିବ ବୋଲି କ୍ରିଷନ କୁମାର କହିଛନ୍ତି। ଏହି ସବୁ ପ୍ରସ୍ତାବ ନେଇ ପୂର୍ବରୁ ଦଇତାପତି ନିଯୋଗ ସହ ବୈଠକ ସରିଛି। ସେହିଭଳି ଚତୁର୍ଥ ପର୍ଯ୍ୟୟ ଲକ୍‌ଡାଉନ ୩୧ ତାରିଖରେ ସରୁଛି। ତେଣୁ ଏହାପରେ କଣ କଟକଣା ରହିବ ତାକୁ ନେଇ ମନ୍ଦିର ନୀତି ନିର୍ଘଣ୍ଟ ହେବ ବୋଲି କ୍ରିଷନ କୁମାର କହିଛନ୍ତି।

Related story