ପୁରୀ(ଓଡ଼ିଶା ରିପୋର୍ଟର):ସ୍ନାନବେଦୀ ଦିନ ବ୍ୟବସ୍ଥାବଳୀ ଉଲ୍ଲଂଘନ ନେଇ ବିଧାୟକଙ୍କୁ ନୋଟିସ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏ ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧଙ୍କ ପ୍ରଶ୍ନକୁ ଏଡାଇଦେଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇ ନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ଭକ୍ତ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ନୋଟିସ୍ କରାଯାଇଛି, ବିଧାୟକ ଶବ୍ଦ ବ୍ୟବହାର କରାଯାଇନାହିଁ। ଗଣମାଧ୍ୟମରେ ସେ ମଧ୍ୟ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଧୀରେ ଧୀରେ ଏଭଳି ସିସିଟିଭି ଯାଞ୍ଚ କରାଯାଇ ନୋଟିସ ଜାରି ହେବା ଦ୍ୱାରା ବିଭ୍ରାଟ ଓ ବିଶୃଙ୍ଖଳା କମୁଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।