ପୁରୀ (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତାମାସର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀ ମନ୍ଦିର ଖୋଲିବାକୁ ଯୋଜନା ରହିଛି। ତା'ପୂର୍ବରୁ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ।
କାରୋନା କଟକଣା ଯୋଗୁ ରାଜ୍ୟର ଅନ୍ୟାନ୍ୟ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଭଳି ଶ୍ରୀ ମନ୍ଦିର ମଧ୍ୟ ସାଧାରଣ ଭକ୍ତମାନଙ୍କ ପାଇଁ ବନ୍ଦ ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରର ପୂଜକମାନେ ଘଣ୍ଟଘଣ୍ଟା ବଜାଇ ପୂର୍ବରୁ ବହୁବାର ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି।