ଏଏସ୍ଆଇର ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ(ଓଡ଼ିଶା ରିପୋର୍ଟର): ଏଏସ୍ଆଇ ପକ୍ଷରୁ ଜାରି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶେଷରେ ଏଣ୍ଟ୍ରି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଏସ୍ଆଇ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ପ୍ରକାର ଅନୁମତି ଦିଆଯାଇ ନ ଥିବା ବେଳେ ଏହାର ବାରଣକୁ ବି ସରକାରଙ୍କର ଖାତିର ନାହିଁ। ଏଏସ୍‌ଆଇ ତାଗିଦକୁ ବେଖାତିର କରି ସରକାର ନିର୍ମାଣ କାର୍ଯ୍ୟ କରି ଚାଲିଥିବା ବେଳେ  ଏଏସ୍ଆଇ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଉଠିଛି ପ୍ରଶ୍ନ। ସୂଚନାଯୋଗ୍ୟ, ଯେଉଁ ସବୁ ଐତିହ୍ୟପୂର୍ଣ୍ଣ […]

puri-

Niharika Rout
  • Published: Saturday, 28 May 2022
  • , Updated: 28 May 2022, 02:49 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଏଏସ୍ଆଇ ପକ୍ଷରୁ ଜାରି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶେଷରେ ଏଣ୍ଟ୍ରି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଏସ୍ଆଇ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ପ୍ରକାର ଅନୁମତି ଦିଆଯାଇ ନ ଥିବା ବେଳେ ଏହାର ବାରଣକୁ ବି ସରକାରଙ୍କର ଖାତିର ନାହିଁ। ଏଏସ୍‌ଆଇ ତାଗିଦକୁ ବେଖାତିର କରି ସରକାର ନିର୍ମାଣ କାର୍ଯ୍ୟ କରି ଚାଲିଥିବା ବେଳେ  ଏଏସ୍ଆଇ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଉଠିଛି ପ୍ରଶ୍ନ।

ସୂଚନାଯୋଗ୍ୟ, ଯେଉଁ ସବୁ ଐତିହ୍ୟପୂର୍ଣ୍ଣ କୀର୍ତ୍ତିରାଜିରେ ଏଏସ୍ଆଇର ସ୍ୱୀକୃତି ବିନା ନିର୍ମାଣ କାମ କରାଯାଉଛି, ତା’ର ଏକ ତାଲିକା ପ୍ରସ୍ତୁତ କରିଛି ଏଏସ୍ଆଇ। ଏବେ ଏଇଭଳି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବି ସାମିଲ କରିଛି ଏଏସ୍ଅଆଇ।

ଆଗରୁ ହାଇକୋର୍ଟରେ ଏଏସ୍ଆଇ ସତ୍ୟପାଠ ଦାଖଲ କରିଥିଲା ଯେ, ମେଘନାଦ ପାଚେରୀକୁ ଲାଗି ପ୍ରାଚୀର ନିର୍ମାଣ ଓ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ଦିଆଯାଇନାହିଁ। ଏନ୍ଏମ୍ଏ ଆକ୍ଟ ଅନୁସାରେ ଶହେ ମିଟର ପରିଧିରେ ନିର୍ମାଣ ବେଆଇନ ହୋଇଥିବାରୁ ପରିକ୍ରମା ପ୍ରକଳ୍ପକୁ ଅନୁମତି ଦିଆଯାଇନାହିଁ। ଏହା ସତ୍ତ୍ୱେ ବିନା ଅନୁମତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ପୁରୀର ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳ ହେଉଛି ନିଷିଦ୍ଧାଞ୍ଚଳ। ଏଠାରେ ଏଏସ୍ଆଇ ଡିଜିଙ୍କଠାରୁ ଅନୁମତି ଆଣି ନିର୍ମାଣ କାମ କରିବା କଥା। ହେଲେ ବିନା ଅନୁମତିରେ ଏଠାରେ କାମ ଚାଲିଛି। ଏହାକୁ ବିରୋଧ କରି ଏଏସ୍‌ଆଇ ପକ୍ଷରୁ କାମ ବନ୍ଦ କରିବାକୁ ଚିଠି ହେବା ସତ୍ତ୍ୱେ ଶୁଣୁ ନାହାନ୍ତି ସରକାର। ତେଣୁ ଏଏସ୍ଆଇ ଏହାକୁ ନିଜ ଅଣସ୍ୱୀକୃତିପ୍ରାପ୍ତ ତାଲିକାରେ ରଖିଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଏଏସଆଇ ସାମିଲ କରି ସାରିଥିବା ବେଳେ ଆଗାମୀ ଦିନରେ ଏହାକୁ ଉଚ୍ଛେଦ କରିବାକୁ କାମ କରିପାରେ ବୋଲି ଆଲୋଚନା ହେଉଛି। ହେଲେ  କାହିଁକି ଆଜି ଯାଏ ଏଏସ୍‌ଆଇ ପକ୍ଷରୁ ଏ ଦିଗରେ ଥାନାରେ ଏତଲା ଦିଆଗଲାନି, କୋର୍ଟର ଦ୍ୱାରସ୍ଥ  ହେଲାନି ଏଏସ୍‌ଆଇ। ଏହି କାମକୁ ବନ୍ଦ କରିବାକୁ ଏଏସ୍‌ଆଇ କାହିଁକି କିଛି ବି ଆଗୁଆ ପଦକ୍ଷେପ ନେଇନି ବୋଲି ପ୍ରଶ୍ନ ପଚାରିଛନ୍ତି ବରାଳ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଏନେଇ ସେ କହିଛନ୍ତି, ‘ସରକାର ମୋତେ ଡରାଇବାକୁ କୌଣସି ପଦେକ୍ଷପ ନ ନିଅନ୍ତୁ। ସରକାରଙ୍କୁ ଯଦି ଲାଗୁଛି ଧାର୍ମିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବା ଉଚିତ, ତେବେ ମୋ ସହ ଯୋଗାଯୋଗ କରନ୍ତୁ। କିନ୍ତୁ ଏମିତି ଭାବନ୍ତୁନି, ସରକାର କୌଣସି ଭୁଲ ପଦେକ୍ଷପ ନେଲେ ମୁଁ ମଉନ ରହିଯିବି। ଏହା ମୋ ଦ୍ୱାରା ହେବନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୋ ପାଖରୁ ପରାମର୍ଶ ନେବା କଥା। ହେଲେ ଯେଉଁମାନେ କାମ ଆରମ୍ଭ କଲେ, ସେମାନେ ମୋ ପାଖରୁ କୌଣସି ପରାମର୍ଶ ନେଇ ନାହାନ୍ତି। ମୁଁ ନିଜ ଆଡ଼ୁ କାହାକୁ ପରାମର୍ଶ ଦିଏ ନାହିଁ। ସବୁକଥା ଶୁଣି ପରିସ୍ଥିତି ଦେଖି ମୁଁ ମୁହଁ ଖୋଲିଥାଏ।’

Related story