ପୁରୀ: ତିନି ରଥରେ ଛେରା ପହଁରା ସରିଲା

ପୁରୀ: ସରିଯାଇଛି ତିନି ରଥରେ ଛେରା ପହଁରା କାର୍ଯ୍ୟ। ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ବିଜେ ହେବା ପରେ ବାକି ରୀତିକାନ୍ତି ଶେଷ କରାଯାଇଥିଲା। ତା’ପରେ ଛେରା ପହଁରା କରିବା ପାଇଁ ଆସିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ। ଛେରା ପହଁରା ସଂପନ୍ନ ହେବା ସହିତ […]

bahuda-jarta

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 01:14 PM IST

ପୁରୀ: ସରିଯାଇଛି ତିନି ରଥରେ ଛେରା ପହଁରା କାର୍ଯ୍ୟ। ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ବିଜେ ହେବା ପରେ ବାକି ରୀତିକାନ୍ତି ଶେଷ କରାଯାଇଥିଲା। ତା’ପରେ ଛେରା ପହଁରା କରିବା ପାଇଁ ଆସିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ।

ଛେରା ପହଁରା ସଂପନ୍ନ ହେବା ସହିତ ଗୋଟିକ ପରେ ଗୋଟିକ ରଥରେ ଚାରମାଳ ଫିଟା ଓ ଘୋଡ଼ା ଯୋଚା କାର୍ଯ୍ୟ ବି ଆରମ୍ଭ ହୋଇଯାଇଥିଲା। ଏହା ପରେ ରଥ ଟଣା ଆରମ୍ଭ ହେବ। ଆଜି  ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୫୭ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶ୍ରୀ ସୁଦର୍ଶନ ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ବିଜେ ହୋଇଥିଲେ। ତା’ପରେ ୧୧ଟା ୫୫ରେ ଭଡଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ତାଳଧ୍ୱଜ ରଥରେ ବିଜେ ହୋଇ ସାରିବା ପରେ ପ୍ରାୟ ୧୨ଟା ୨୮ ବେଳକୁ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ଦର୍ପଦଳନରେ ବିଜେ ହେବା ପରେ ପହଣ୍ଡିରେ ଆସିଥିଲେ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ। ଦିନ ପ୍ରାୟ ୨ଟା ୧୫ ବେଳକୁ ସେ ରଥରେ ବିଜେ ହୋଇଥିଲେ।

ଗତକାଲି ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ବାହୁଡ଼ା ଯାତ୍ରା ପାଇଁ ରୀତିନୀତି ଆରମ୍ଭ ହୋଇଯାଇଥିଲା।  ଆଜି ଭୋର ୪ଟାରୁ ତିନି ଠାକୁରଙ୍କ ମଙ୍ଗଳ ଆରତି ଆରମ୍ଭ ହୋଇ ସାଢେ ୬ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ତିନି ଠାକୁରଙ୍କ ସେନାପାଟ ଲାଗି ହୋଇଥିଲା। ମଙ୍ଗଳାର୍ପଣ ପରେ ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ ହୋଇଥିଲା।

Related story