୪୨ ଫୁଟ୍ ଲମ୍ବ ତିମିର ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିର ବାଇଧର ପେଣ୍ଠ ବେଳାଭୂମିରୁ ଏକ ବିଶାଳ  ତିମିର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୪୨ ଫୁଟ୍ ହୋଇଥିବା ବେଳେ ମୋଟେଇ ୨୮ ଫୁଟ। ଏହା ଏକ ବିରଳ ପ୍ରଜାତିର ତିମି ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ତିମିର ମୃତଦେହ କୂଳରେ ଲାଗିଥିଲା। ଆଜି ସାତପଡ଼ା ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ତିମିର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜର ଅଚ୍ୟୁତାନନ୍ଦ ଦାସ […]

whale

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 11:32 AM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିର ବାଇଧର ପେଣ୍ଠ ବେଳାଭୂମିରୁ ଏକ ବିଶାଳ  ତିମିର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୪୨ ଫୁଟ୍ ହୋଇଥିବା ବେଳେ ମୋଟେଇ ୨୮ ଫୁଟ। ଏହା ଏକ ବିରଳ ପ୍ରଜାତିର ତିମି ବୋଲି କୁହାଯାଉଛି।

[video width="320" height="240" mp4="http://odishareporter.in/wp-content/uploads/2016/12/time-1_x264.mp4"][/video]

ଗତକାଲି ସନ୍ଧ୍ୟାରେ ଏହି ତିମିର ମୃତଦେହ କୂଳରେ ଲାଗିଥିଲା। ଆଜି ସାତପଡ଼ା ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ତିମିର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜର ଅଚ୍ୟୁତାନନ୍ଦ ଦାସ କହିଛନ୍ତି।

Related story