ଯୁବ ଉତ୍ସବରୁ ଡିଆଇପିଆରଓଙ୍କୁ ଅବ୍ୟାହତି

ପୁରୀ: ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାର (ଡିଆଇପିଆରଓ) ମୁହାଁମୁହିଁ ହୋଇଛନ୍ତି। ଏପରିକି ଗଣମାଧ୍ୟମ ଆଗରେ ଉଭୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ରାଜ୍ୟ ଯୁବ ଉତ୍ସବ କମିଟି ଆବାହକ ପଦବୀରୁ ଡିଆଇପିଆରଓଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳନୀକାନ୍ତ ସାହୁଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ଡିଆଇପିଆରଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି କି […]

yuva-utsav-puri

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 06:06 PM IST

ପୁରୀ: ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାର (ଡିଆଇପିଆରଓ) ମୁହାଁମୁହିଁ ହୋଇଛନ୍ତି। ଏପରିକି ଗଣମାଧ୍ୟମ ଆଗରେ ଉଭୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ରାଜ୍ୟ ଯୁବ ଉତ୍ସବ କମିଟି ଆବାହକ ପଦବୀରୁ ଡିଆଇପିଆରଓଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳନୀକାନ୍ତ ସାହୁଙ୍କୁ ଅବସ୍ଥାପିତ କରାଯାଇଛି।

ଏନେଇ ଡିଆଇପିଆରଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି କି ନାହିଁ ତାହା ଜଣାପଡ଼ିନି। ଜିଲ୍ଲାପାଳଙ୍କ ସହିତ ଡିଆଇପିଆରଓଙ୍କ ଯୁକ୍ତିତର୍କ ଠିକ୍‌ ନୁହେଁ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପୁରୀରେ ହେବ ରାଜ୍ୟ ଯୁବ ଉତ୍ସବ। ଏଥିରେ ରାଜ୍ୟର ୩୦ ଜିଲ୍ଲାରୁ ପ୍ରାୟ ୧୮୦୦ ଯୁବ ପ୍ରତିନିଧି ଯୋଗଦେଇ ବିଭିନ୍ନ ଲୋକନୃତ୍ୟ, ଲୋକ ସଙ୍ଗୀତ, ନାଟକ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ, ହାରମୋନିୟମ୍‌, ବଂଶୀ, ସୀତାର, ଗୀଟାର, ବୀଣା, ବକ୍ତୃତା ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ପୌର ସଦନ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଅନ୍ନପୂର୍ଣ୍ଣା ଥିଏଟର, ସାମନ୍ତଚନ୍ଦ୍ର ଶେଖର ମହାବିଦ୍ୟାଳୟ ଏବଂ ଯୁବ ଛାତ୍ରାବାସରେ ଆୟୋଜିତ ହେବ।

ଉତ୍ସବର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛନ୍ତି ରୁତୁରାଜ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, ହରିହର ଦାସ। ଏହାଛଡ଼ା ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ।

Related story