କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା କାକଟପୁର ଚନ୍ଦନ ବଜାର ସ୍ଥିତ ଏକ ଲୁଗା ଶୋ’ ରୁମ୍ର ଉପର ଘରେ ରହୁଥିବା ଜଣେ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ଯୁବକଙ୍କ ନାଁ ପ୍ରତେୟ ଜେନା। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ। ଫ୍ୟାନ୍ରେ ତାଙ୍କ ମୃତଦେହ ଝୁଲି ରହିଥିଲା।
କୁହାଯାଉଛି, ଆତ୍ମହତ୍ୟା କରିବା ବେଳେ ପ୍ରତେୟ ତାଙ୍କ ପ୍ରେମିକାଙ୍କୁ ଲାଇଭ୍ ଭିଡିଓ କଲ୍ କରିଥିଲେ। ଲାଇଭ୍ ଭିଡିଓ କଲ୍ ବେଳେ ହିଁ ସେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଏହାର ସ୍କ୍ରିନଶଟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। କାକାଟପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।