Advertisment

ବୟସ ପ୍ରାୟ ବର୍ଷେ ହେବ, ମାସକୁ ପ୍ରାପ୍ୟ ପାଇବେ ଲକ୍ଷେରୁ ୨ ଲକ୍ଷ ଟଙ୍କା; ମିଳିଲା ସେବାୟତ ପରିଚୟ

ପରମ୍ପରା ମୁତାବକ ଦଇତାପତି ପରିବାରରେ ଜନ୍ମିତ ୧୦ ମାସର ବଳଦେବ ଏବଂ ବର୍ଷକର ଏକାନ୍‌ଶୁଙ୍କ ସମେତ ଅନ୍ୟଜଣେ ସମାନ ବୟସ୍କ ଶିଶୁପୁତ୍ର ଗତକାଲି ପ୍ରଶାସନିକ ଭାବେ ସେବାୟତ ବୋଲି ତାଲିକାଭୁକ୍ତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Daitapati

Daitapati

Advertisment

୨ ଦଇତାପତି ସେବାୟତ। ଜଣେ ବଳଦେବ ଦାସମହାପାତ୍ର ଓ ଅନ୍ୟ ଜଣକ ନାଁ ଏକାନ୍‌ଶୁ ଦାସ ମହାପାତ୍ର। ସେମାନଙ୍କ ବୟସ ପ୍ରାୟ ବର୍ଷ ହେବ। ସେମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦଇତାପତି ସେବାୟତ ଭାବେ ସ୍ୱୀକୃତି ପାଇଛନ୍ତି। ଏଥିସହ ସେମାନେ ପ୍ରଶାସନ ଠାରୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପାଉଣା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତକାଲି ଶ୍ରୀନଅର ପକ୍ଷରୁ ଦଇତାପତିଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଯାଇ ଶାଢ଼ି ବନ୍ଧା ନୀତି କରାଯାଇଥିଲା। ଯାହା ପରେ ଏହି କୁନି ଦୁଇ ଦଇତାପତି ସେବକ ଭାବେ ସ୍ୱୀକୃତି ପାଇଛନ୍ତି।

Advertisment

ପରମ୍ପରା ମୁତାବକ ଦଇତାପତି ପରିବାରରେ ଜନ୍ମିତ ୧୦ ମାସର ବଳଦେବ ଏବଂ ବର୍ଷକର ଏକାନ୍‌ଶୁଙ୍କ ସମେତ ଅନ୍ୟଜଣେ ସମାନ ବୟସ୍କ ଶିଶୁପୁତ୍ର ଗତକାଲି ପ୍ରଶାସନିକ ଭାବେ ସେବାୟତ ବୋଲି ତାଲିକାଭୁକ୍ତ ହୋଇଛନ୍ତି।

ଦଇତାପତି ସେବକମାନେ ବିଶେଷ ଭାବେ ରଥଯାତ୍ରା ରୀତିନୀତି ସହ ଜଡ଼ିତ। ଏଥିସହ ସେମାନେ ଠାକୁରଙ୍କ(ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା) ଅଣସର ନୀତି ମଧ୍ୟ ପରିଚାଳନା କରନ୍ତି। ଦେବସ୍ନାନ ପୂର୍ଣ୍ଣମୀରେ ମହାସ୍ନାନ କରିବା ପରଠାରୁ ଠାକୁରମାନେ ଗତ ୪ ଜୁନ୍‌ରୁ ଅଣସରରେ ଅଛନ୍ତି।

Advertisment

ଦଇତାପତି ସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର କହିଛନ୍ତି, ଏହି ୧୫ ଦିନ ଅଣସର ସମୟରେ ପରମ୍ପରା ମୁତାବକ ଦଇତା ସେବକଙ୍କ ପରିବାରରେ ଜନ୍ମିତ ଶିଶୁପୁତ୍ରମାନଙ୍କୁ ଠାକୁରଙ୍କ ସେବାରେ ଲଗାଇ ଦିଆଯାଏ। ୨୧ ଦିନରୁ ଅଧିକ ବୟସ୍କ ଶିଶୁ ଏହି ସେବା କରିବାକୁ ଉପଯୁକ୍ତ ହୋଇଯାଇଥାଆନ୍ତି। ଶାଢୀ ବନ୍ଧା ନୀତି ଜରିଆରେ ଶିଶୁପୁତ୍ରକୁ ଠାକୁରଙ୍କ ସେବାରେ ଉତ୍ସର୍ଗ କରାଯାଏ, ମାତ୍ର ସମ୍ପୃକ୍ତ ଶିଶୁପୁତ୍ର ୧୮ ବର୍ଷ ହେବା ପରେ ଶ୍ରୀମନ୍ଦିରରେ ଠାକୁରଙ୍କ ସେବା କରିବାକୁ ଯାଇଥାଏ।

ସୂଚନା ଥାଉକି, ଏକାଦଶୀ ତିଥିରେ ଦଶମୂଳ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଗତକାଲି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁସ୍ଥତା ସମ୍ପର୍କରେ ଗଜପତି ମହାରାଜଙ୍କୁ ଅବଗତ କରାଇବା ପାଇଁ ଦଇତାପତିମାନେ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିଥିଲେ। ଭୋଗ ମଣ୍ଡପ ନୀତି ପରେ ଘଣ୍ଟଘଣ୍ଟା, କାହାଳି, ଛତା ଓ ତେଲିଙ୍ଗୀ ବାଜା ସହ ପଟୁଆରାରେ ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତିମାନେ। ଶ୍ରୀନଅରରେ ପହଞ୍ଚିବା ପରେ ରାଜ ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରିବା ସହ ମହାପ୍ରଭୁଙ୍କ ସୁସ୍ଥତା ନେଇ ସୂଚନା ଦେଥିଲେ। ଏହାପରେ ଶ୍ରୀନଅର ପକ୍ଷରୁ ଦଇତାପତିଙ୍କ ମୁଣ୍ଡରେ ଶାଢ଼ୀ ବନ୍ଧାଯାଇ ଶାଢ଼ୀବନ୍ଧା ନୀତି କରାଯାଇଥିଲା। ଏହି ସମୟରେ ନବଯୌବନ ଦର୍ଶନ ଓ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ଦଇତାପତି ଏବଂ ଗଜପତି ମହାରାଜଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Puri Shreemandir Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe