Advertisment

ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ରିପୋର୍ଟର): “ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି।” ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅଧିନିୟମକୁ ନେଇ କେନ୍ଦ୍ର, ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଆଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପୁରୀ  ଯାଇଥିବା ବେଳେ ଏପରି ଭାବେ ନିଜ ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ସାଆନ୍ତଙ୍କ ଦର୍ଶନ […]

ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର): “ପ୍ରଭୁଙ୍କ ନିମନ୍ତେ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେନି।” ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅଧିନିୟମକୁ ନେଇ କେନ୍ଦ୍ର, ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଆଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପୁରୀ  ଯାଇଥିବା ବେଳେ ଏପରି ଭାବେ ନିଜ ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

କାଳିଆ ସାଆନ୍ତଙ୍କ ଦର୍ଶନ ସାରି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ, “କୋଭିଡ ପରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ଦର୍ଶନ କଲି। ରାଜ୍ୟବାସୀଙ୍କ ଶାନ୍ତି, ଉନ୍ନତି ପାଇଁ ପ୍ରାର୍ଥନା କଲି।”

ଏଥିସହ ମୁଖ୍ୟମନ୍ତ୍ରୀ କହିଲେ, “କେନ୍ଦ୍ର ସରକାର ଏହି ଲ’ ପ୍ରତ୍ୟାହାର କରିବା ଦରକାର। ପ୍ରଭୁଙ୍କ କାମ କେହି ଅଟକାଇ ପାରିବେନି।  କେନ୍ଦ୍ର ସରକାରଙ୍କ ସହ ଏହି ନିୟମ ଉଚ୍ଛେଦ ପାଇଁ କଥା ହେବି।”

Advertisment

publive-image

ସୂଚନାଯୋଗ୍ୟ, ଜାତୀୟ ସ୍ମାରକ ପ୍ରାଧିକରଣ (NMA)ର ପ୍ରସ୍ତାବିତ ଅଧିନିୟକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ନିଯୋଗର ସେବାୟତମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏପରିକି ଏହି ପ୍ରସ୍ତାବିତ ଅଧିନିୟମକୁ ନେଇ ସୁପ୍ରିମକୋର୍ଟ ଯିବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

ଏହି ଅଧିନିୟମ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ କ୍ଷତି ସହିବେ। ତେଣୁ ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ପ୍ରସ୍ତାବିତ ଅଧିନିୟମରେ କ’ଣ ରହିଛି
କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ। କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ଅନୁମତି ନେବାକୁ ପଡ଼ିବ।

ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ ମେଘନାଦ ପାଚେରି ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ। କେବଳ ଏତିକି ନୁହେଁ, ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ କୌଣସି ନୂଆ ନିର୍ମାଣ ଯେପରି ଦୂରରୁ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆଣେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବଡ଼ଦାଣ୍ଡରେ ଏଲ୍ଇଡି ସାଇନେଜ୍ ନିଷେଧ କରାଯାଇଛି।

ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିର, ମହାବୀର ମନ୍ଦିର, ତିମଇ ମାତା, ତ୍ରିନାଥ ମନ୍ଦିର, କପାଳମୋଚନ ମନ୍ଦିର, ଶ୍ୱେତଗଙ୍ଗା ପୁଷ୍କରିଣୀ ଓ ମା ଚାମୁଣ୍ଡା ମନ୍ଦିରକୁ ମଧ୍ୟ ଚିହ୍ନଟ କରିଛି NMA। ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଅଧିନିୟମ ପ୍ରସ୍ତୁତ ହୋଇଛି। ଏହାକୁ ଚୂଡ଼ାନ୍ତ କରିବା ପୂର୍ବରୁ ଫେବୃଆରୀ ୧୮ ସୁଦ୍ଧା ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ମଗାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe