Advertisment

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ୍‌ କୋର୍ଡ

କାଳିଆ ଦର୍ଶନ ପାଇଁ ଆସୁଥିବା ମହିଳାମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ।

Puri

Puri

Advertisment

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ୍‌ କୋର୍ଡ। ଜିନ୍ସ ପ୍ୟାଣ୍ଟ, ହାପ୍ ପ୍ୟାଣ୍ଟ ଓ ଟି-ସର୍ଟ ପରି ଆଧୁନିକ ପୋଷାକ ପିନ୍ଧିଥିଲେ ଜଗାଦର୍ଶନ ପାଇଁ ଛଡ଼ାନଯାଉ। ମହାପ୍ରଭୁ ଜଗନ୍ନାଥଙ୍କ ସେବାପୂଜାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଦଇତାପତି ନିଯୋଗ ଉଠାଇଛନ୍ତି ଏଭଳି ଦାବି।

Advertisment

ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅଧିକାଂଶ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି। ଯାହାକି ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି। ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମ୍‌ରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସେପଟେ ନିଯୋଗର ଏଭଳି ଦାବିକୁ ସମର୍ଥନ କରି ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି, ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିର ସହ ଦେଶର ପ୍ରାୟ ସବୁ ପ୍ରମୁଖ ଧାର୍ମିକ ସ୍ଥଳରେ ଡ୍ରେସକୋଡ୍ ବ୍ୟବସ୍ଥା ରହିଛି। ତେଣୁ ଶ୍ରୀମନ୍ଦିରରେ ମଧ୍ୟ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। କାଳିଆ ଦର୍ଶନ ପାଇଁ ଆସୁଥିବା ମହିଳାମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ। ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ଯଥାଶୀଘ୍ର ଯତ୍ନବାନ ହୋଇ ନିଷ୍ପତ୍ତି ନେବାକୁ ନିଯୋଗ ନିବେଦନ କରିଛନ୍ତି ସେବାୟତ।

Advertisment

ତେଣେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଯଥାର୍ଥ ଦର୍ଶାଇଛନ୍ତି ଅନେକ ଭକ୍ତ। ତେବେ କିଏ କେଉଁ ପ୍ରକାର ପୋଷାକ ପିନ୍ଧିବ? କେତେ ବୟସ ପିଲାଙ୍କଠାରୁ ଏହାକୁ ବାଧ୍ୟତାମୂଳକ କରାଯିବ? ସେ ନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ଭକ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତେବେ ଅତିକମ୍‌ରେ ୧୨ରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ନକରିବାକୁ ପ୍ରସ୍ତାବ ରଖିଛନ୍ତି।

ଡ୍ରେସକୋଡ୍ ଲାଗୁ ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ବିଚାରଧାର ଭିତରେ ରହିଛି। କିନ୍ତୁ ଏଥିପାଇଁ ମନ୍ଦିର ପରିଚାଳନା କମିଟି, ସେବାୟତ ନିଯୋଗ ଓ ପ୍ରଶାସନର ସହମତି ଆସିଲେ ଯାଇ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ।

୨୦୨୧ ମସିହା ଅକ୍ଟୋବର ୨୦ ତାରିଖରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଲାଗୁ ହୋଇ ସାରିଛି ଡ୍ରେସକୋଡ୍। ଧୋତି, ଗାମୁଛା ଓ ପାଟ ପିନ୍ଧିନଥିଲେ କୌଣସି ସେବାୟତଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନି ବୋଲି ନିୟମ ହୋଇଥିଲା। ହେଲେ ତାହା ଏଯାଏଁ କଡ଼ାକଡ଼ି ପାଳନ ହେଉନାହିଁ। ଆଉ ଏଭଳି ସ୍ଥିତିରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଉଠିଲାଣି।

Puri Shreemandir Puri Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe