Advertisment

ରାତାରାତି ବଦଳିଗଲା ଶ୍ରୀମନ୍ଦିର ପରିକ୍ରମା ଫଳକ; ଜାଣନ୍ତୁ, ନୂଆ ଫଳକରେ କ’ଣ ରହିଛି

ପୁରୀ (ଓଡ଼ିଶା ରିପୋର୍ଟର): ରାତାରାତି କଢ଼ା ହୋଇଗଲା ପୁରୁଣା ଫଳକ । ଲାଗିଲା ନୂଆ ଫଳକ । ଶ୍ରୀମନ୍ଦିର ନିକଟ ନିଷିଦ୍ଧାଞ୍ଚଳ ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବା ଅଭିଯୋଗର ଅନୁଧ୍ୟାନ ପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଆସୁଥିବା ଜଣାଯାଇଛି। ହେଲେ ତା’ ପୂର୍ବରୁ ହଟାଇ ଦିଆଯାଇଛି ପୁରୁଣା ଫଳକ । ପ୍ରଶାସନର ଏପରି ନିଷ୍ପତ୍ତି ଯୋଗୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଖନନ ଓ ନିର୍ମାଣ […]

author-image
Niharika Rout
ଅଦ୍ୟତନ ହୋଇଛି
ରାତାରାତି ବଦଳିଗଲା ଶ୍ରୀମନ୍ଦିର ପରିକ୍ରମା ଫଳକ; ଜାଣନ୍ତୁ, ନୂଆ ଫଳକରେ କ’ଣ ରହିଛି

puri

ପୁରୀ (ଓଡ଼ିଶା ରିପୋର୍ଟର): ରାତାରାତି କଢ଼ା ହୋଇଗଲା ପୁରୁଣା ଫଳକ । ଲାଗିଲା ନୂଆ ଫଳକ । ଶ୍ରୀମନ୍ଦିର ନିକଟ ନିଷିଦ୍ଧାଞ୍ଚଳ ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବା ଅଭିଯୋଗର ଅନୁଧ୍ୟାନ ପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଆସୁଥିବା ଜଣାଯାଇଛି। ହେଲେ ତା’ ପୂର୍ବରୁ ହଟାଇ ଦିଆଯାଇଛି ପୁରୁଣା ଫଳକ । ପ୍ରଶାସନର ଏପରି ନିଷ୍ପତ୍ତି ଯୋଗୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ସ୍ପଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Advertisment

କାଲି ସନ୍ଧ୍ୟା ସୁଦ୍ଧା ସବୁ  ଠିକ୍‌ ଥିବା ବେଳେ ରାତାରାତି ପୁରୁଣା ଫଳକୁ ହଟାଇ ଲଗାଗଲା ନୂଆ ଫଳକ । ଫଳକରେ ପୂର୍ବରୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରୋଜେକ୍ଟ ଆଟ୍‌ ହେରିଟେଜ ସିଟି ପୁରୀ’ ବୋଲି ଲେଖାଥିବା ବେଳେ ରାତାରାତି  ଉକ୍ତ ଲେଖାକୁ ଉଡ଼ାଇ ଦେଲେ। ଫିମେଲ ଟଏଲଟ ଲେଖାଥିବା ସ୍ଥାନରେ ଲେଖାଯାଇଛି ମେଲ୍ ଟଏଲେଟ । ସେହିପରି ପଶ୍ଚିମ ଦ୍ୱାରରେ ଥିବା ଇନଫର୍ମେସନ କିଓସ୍କ ହଟାଇ ଦିଆଯାଇଛି । ହଠାତ୍‌ ଏପରି ପରିବର୍ତ୍ତନକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ ।

[caption id="attachment_728342" align="aligncenter" width="650"]mail-toilet ମେଲ ଟଏଲଟର ନୂତନ ଫଲକ ।[/caption]

Advertisment

ସେହିପରି ଆଜି ସକାଳୁ ସକାଳୁ ଲାଗିଥିବା ଆଉ ୨ଟି ଫଳକ ମଧ୍ୟରୁ ଗୋଟିଏ ଫଳକରେ ଏଲିଭେସନ ଡିଜାଇନ ମିନି କ୍ଲୋକ୍‌ ରୁମ୍‌ ବୋଲି ଲେଖା ଥିବା ବେଳେ  ଆଉ ଏକ ଫଳକରେ ସେଲଟର ପାଭଲିଆନ-୧ ଲେଖାଅଛି। ପୂର୍ବ ଫଳକରେ କେବଳ ସେଲଟର ପାଭଲିଆନ ଲେଖା ଯାଇଥିଲା।

[caption id="attachment_728341" align="aligncenter" width="650"] puri ଏକ ନୂଆ ଫଳକରେ ସେଲଟର ପାଭଲିଆନ-୧ ଲେଖାଅଛି।[/caption]

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ୧୦୦ ମିଟର ନିଷିଦ୍ଧାଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଏହାକୁ ନେଇ ଲୋକସଭାରେ ମଧ୍ୟ ଝଡ଼ ଉଠି ସାରିଲାଣି। ଏହାକୁ ତୀବ୍ର ବିରୋଧ କରୁଛି ବିଜେପି ।  ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଏଏସଆଇ ଅନୁଧ୍ୟାନ କରି ଏହାର ରିପୋର୍ଟ ଦେବେ।  ରିପୋର୍ଟ ପାଇବା ପରେ କାମ ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ ହାଇକୋର୍ଟ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ଚାଲୁ ରହିଛି କାମ। ଏହାବାଦ ମେଲ ଟଏଲଟ, ଫିମେଲ ଟଏଲେଟ ଓ ସେବାୟତଙ୍କ ଟଏଲେଟର ଡିଜାଇନରେ ପରିବର୍ତ୍ତନ ହୋଇଥିବା ବେଳେ ଡାଇଗ୍ରାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ସୂଚନା ମିଳିଛି।

[caption id="attachment_728292" align="aligncenter" width="650"]pur ନିର୍ମାଣ ସ୍ଥଳରେ ଲାଗିଥିବା ନୂଆ ଫଳକ ।[/caption]

ଏନେଇ ବୁଦ୍ଧିଜୀବୀ ଶରତ ରାୟଗୁରୁ କହିଛନ୍ତି,  ଏହା ବେଆଇନ ନିର୍ମାଣ କାମ ବୋଲି ଶଙ୍କା ପ୍ରକଟ କରାଯାଉଥିବା ବେଳେ ଆଜି ଏହା ସତ ପ୍ରମାଣିତ ହୋଇଛି। ଆଜି ଯାଞ୍ଚ ହେବ। ଡିଜି ଆସିବେ। ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ଦେବେ। ହେଲେ ଏହା ପୂର୍ବରୁ କରାଯାଇଛି ପରିବର୍ତ୍ତନ । ଗୋଟିଏ ଗୋଟିଏ ପିଲାରରେ ୧୪ଟି ରଡ୍‌ ଦିଆଯାଇଥିବା ବେଳେ ଏହା ମିନି କ୍ଲୋକ୍‌ ରୁମ୍‌ର ନିର୍ମାଣ କାର୍ଯ୍ୟ ବୋଲି ଜଣାପଡ଼ୁନି। ମେଘନାଦ ପାଚେରୀର ୧୦୦ ମିଟିର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏଏସଆଇଙ୍କ ବିନା ଅନୁମତିରେ ଏଠାରେ କିପରି ଖନନ କରାଯାଇ ସ୍ଥାୟୀ ନିର୍ମାଣ କାର୍ଯ୍ୟ ଚାଲୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

[caption id="attachment_728295" align="aligncenter" width="650"]puri ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜାରି ରହିଛି କାମ ।[/caption]

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର’ ଚାରିପଟେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ନିର୍ମାଣକୁ ନେଇ ଦୀର୍ଘ ଦିନ ହେଲା ବିବାଦ ସୃଷ୍ଟି ହୋଇଛି।  ଶ୍ରୀମନ୍ଦିରର ନିଷେଧାଦେଶ (୧୦୦ ମିଟର) ଅଞ୍ଚଳ ଭିତରେ ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ଲାଗି ରହିଛି। ହେଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି (ଏନଏମଏ) ନିରବଦ୍ରଷ୍ଟା ସାଜିଥିବାରୁ ଏହି ଦୁଇ ଜାତୀୟ ସଂସ୍ଥାର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି।  ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଆଳରେ ରାଜ୍ୟ ସରକାରଙ୍କ ନିର୍ମାଣ କାର୍ଯ୍ୟ ଖୋଲାଖୋଲି ଭାବେ ଶ୍ରୀମନ୍ଦିରର ପବିତ୍ରତା ଓ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଆଲୋଚନା ହେଉଛି।