ପୁରୀକୁ ଜଗିବେ ୯ ହଜାର ପୋଲିସ୍

ପୁରୀ: ଆଜି ନବକଳେବର ରଥଯାତ୍ରା ପାଇଁ ପୁରୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ପୁରୀରେ ମୁତୟନ ରହିବେ ୯ ହଜାର ପୋଲିସ୍। ୧୨ ଜଣ କମାଣ୍ଡାଣ୍ଟ ଏବଂ ଏସିପି ରାଙ୍କ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଏହାବ୍ୟତୀତ ୩୦ ଜଣ ଏଏସପି, ୭୦ ଡିଏସପି, ୧୦୨ ଇନ୍ସପେକ୍ଟର ଓ ୭୮୦ ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୬୪ ପ୍ଲାଟୁନ୍ ଫେ।ର୍ସ ମୁତୟନ ରହିବେ। ଦୁଇ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ […]

police

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 07:16 AM IST

ପୁରୀ: ଆଜି ନବକଳେବର ରଥଯାତ୍ରା ପାଇଁ ପୁରୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ପୁରୀରେ ମୁତୟନ ରହିବେ ୯ ହଜାର ପୋଲିସ୍। ୧୨ ଜଣ କମାଣ୍ଡାଣ୍ଟ ଏବଂ ଏସିପି ରାଙ୍କ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଏହାବ୍ୟତୀତ ୩୦ ଜଣ ଏଏସପି, ୭୦ ଡିଏସପି, ୧୦୨ ଇନ୍ସପେକ୍ଟର ଓ ୭୮୦ ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୬୪ ପ୍ଲାଟୁନ୍ ଫେ।ର୍ସ ମୁତୟନ ରହିବେ। ଦୁଇ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ନିୟୋଜିତ ହେବେ। ତଟସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୩ଟି ବୋଟ୍ ଦ୍ୱାରା ପାଟ୍ରୋଲିଂ କରାଯିବ। ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାଛଡା ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସଜାଗ ରହିବେ। ମୋଟ୍ ୮ଟି ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ ହୋଇଛନ୍ତି।  ଏଥିମଧ୍ୟରୁ କେବଳ ୪ଟି ମାଳତୀପୁରଠାରେ ନିୟୋଜିତ ହୋଇଛନ୍ତି। ସିଂହଦ୍ୱାରା ନିକଟରେ ଗୋଟିଏ ବୋମା ନିଷ୍କ୍ରିୟକାରୀ ଦଳକୁ ମୁତୟନ କରାଯାଇଛି।

ଯେହେତୁ ଅଧିକାଂଶ ଯାତ୍ରୀ ଟ୍ରେନ୍ ଯୋଗେ ଆସୁଛନ୍ତି ତେଣୁ କଟକରୁ ଧରି ଖୋର୍ଦ୍ଧା ପର୍ଯ୍ୟନ୍ତ ସବୁଠି ଯାଞ୍ଚକୁ କଡ଼ାକଡ଼ି କରି ଦିଆଯାଇଛି।  ରେଳବାଇର ପ୍ରାୟ ୧୫୦୦ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ସିସିଟିଭି ଜରିଆରେ ନଜର ରଖାଯାଉଛି।

ଗତକାଲି ନିଜେ ପୋଲିସ୍ ଡିଜି ସଂଜୀବ ମାରିକ ପୁରୀ ଯାଇ ପୂରା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ।

Related story