ପୁରୀରେ ବେଆଇନ ଜମି ଅକ୍ତିଆର ବିବାଦରେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପିଛା ଛାଡୁନି ବିବାଦ । କେନ୍ଦ୍ରାପଡ଼ା ଘଟଣାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିଥିବା ବେଳେ ଏବେ ତାଙ୍କ ନାମରେ ପୁରୀ ଜିଲ୍ଲାରେ ବେଆଇନ ଭାବେ ଜମି ଅକ୍ତିଆର କରିଥିବା ଅଭିଯୋଗ ଆସିଛି । ପୁରୀ ଜିଲ୍ଲା ଗୋପ ତହସିଲ ଅଧୀନସ୍ଥ ବରିମୁଣ୍ଡ ସର୍କଲର ସାନକିଆପାଳ ଓ ବଡ଼କିଆପାଳ ମୌଜାରେ ଏକାଧିକ ଜମିକୁ ସେ ବେଆଇନ୍ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, […]

sp

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 05:20 PM IST

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପିଛା ଛାଡୁନି ବିବାଦ । କେନ୍ଦ୍ରାପଡ଼ା ଘଟଣାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିଥିବା ବେଳେ ଏବେ ତାଙ୍କ ନାମରେ ପୁରୀ ଜିଲ୍ଲାରେ ବେଆଇନ ଭାବେ ଜମି ଅକ୍ତିଆର କରିଥିବା ଅଭିଯୋଗ ଆସିଛି । ପୁରୀ ଜିଲ୍ଲା ଗୋପ ତହସିଲ ଅଧୀନସ୍ଥ ବରିମୁଣ୍ଡ ସର୍କଲର ସାନକିଆପାଳ ଓ ବଡ଼କିଆପାଳ ମୌଜାରେ ଏକାଧିକ ଜମିକୁ ସେ ବେଆଇନ୍ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଜଭିୟେ ତାଙ୍କ ପତ୍ନୀ ରଞ୍ଜନା ଗଜଭିୟେଙ୍କ ନାଁରେ ୯ ଏକର ଜମି କିଣିଥିବା ଦଲିଲ୍ ମିଳୁଛି । ତେବେ ସେ କିଣି ଥିବା ଜମିଠାରୁ ବହୁ ଅଧିକ ବେଆଇନ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଏହିସବୁ ଜମିରେ ମାଛଚାଷ ପାଇଁ ପୋଖରୀ ଖୋଳାଯାଇଛି। ଏ ଜମିକୁ ଲାଗି କାଦୁଆ ନଦୀ  ରହିଛି। ବେଆଇନ ଭାବେ ନଦୀଶଯ୍ୟାକୁ ଅବରୋଧ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Related story