ଦିନକ ପରେ ଜଗା ଦୁଆରକୁ ସମସ୍ତଙ୍କୁ ହଁ, ୧୦୦ ଡିଗ୍ରୀ ଥିଲେ ନା

ପୁରୀ(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଗୋଟିଏ ଦିନ ପରେ ପୂର୍ବ ଭଳି ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ।  କୋଭିଡ ରିପୋର୍ଟ ଆବଶ୍ୟକତା ନାହିଁ । କିନ୍ତୁ ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସ୍ଓପିକୁ ମାନିବାକୁ ପଡ଼ିବ । ରବିବାର ପୁରାପୁରି ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସାନିଟାଇଜ କରାଯିବ। ସେଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।  ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ଟାରୁ ୭ଟା ପୁରୀବାସୀଙ୍କ […]

puri

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 06:32 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଗୋଟିଏ ଦିନ ପରେ ପୂର୍ବ ଭଳି ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ।  କୋଭିଡ ରିପୋର୍ଟ ଆବଶ୍ୟକତା ନାହିଁ । କିନ୍ତୁ ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସ୍ଓପିକୁ ମାନିବାକୁ ପଡ଼ିବ । ରବିବାର ପୁରାପୁରି ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସାନିଟାଇଜ କରାଯିବ। ସେଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।  ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ଟାରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ  ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବନ୍ଦୋବସ୍ତ ଗ୍ରହଣ କରାଯିବ। ବିନା କୋଭିଡ୍ ପ୍ରମାଣପତ୍ରରେ ଭକ୍ତମାନଙ୍କୁ ମିଳିବ ଦର୍ଶନ ସୁଯୋଗ। ହେଲେ ଦର୍ଶନରୁ ବାଦ ପଡିବେ ଉଚ୍ଚ ତାପମାତ୍ରା ଥିବା ଭକ୍ତ। ଥର୍ମାଲ ସ୍କ୍ରିନିଂ ସମୟରେ ୧୦୦ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ମେଡିକାଲ ଯିବା ପାଇଁ ପରାମର୍ଶ ଦିଆଯିବ। ଅସୁସ୍ଥ ଥିଲେ କିମ୍ବା ଅଧିକ ତାପମାତ୍ରା  ଥିଲେ ନିଜ ଆଡୁ ନଆସିବାକୁ ଶ୍ରୀମନ୍ଦିର ପ୍ରଶାସନର ପରାମର୍ଶ ଦିଆଯାଇଛି।

ଏନେଇ  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ମଧ୍ୟରେ ବିଚାର ବିମର୍ଶ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା କୋହଳ କରାଯାଇଛି। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ଅଧିକାଂଶ ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ସର୍ତ୍ତ ପ୍ରତ୍ୟାହାର ଦାବି ହୋଇ ଆସୁଥିଲା।

Related story