ସେଦିନ କିଛି ଦେଖିଥିଲେ କି ପୁରୋଷୋତ୍ତମ ଏକ୍ସପ୍ରେସ୍‌ର ଡ୍ରାଇଭର ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ପୁଣି ସନ୍ଦେହ ଘେରକୁ ଠେଲି ଦେଇଛି । ପୁରୁଷୋତ୍ତମ ଏକ୍ସପ୍ରେସ୍ ଲୋକୋ ପାଇଲଟଙ୍କ ବୟାନ  ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜରୁ ତଦନ୍ତ କରି ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥାଇପାରେ ବୋଲି ଜିଆରପି ଅନୁମାନ କରୁଥିବା ବେଳେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଲୋକୋ ପାଇଲଟ୍ ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣା ଦିନ ସେ ଚଳାଉଥିବା ଟ୍ରେନ୍ ସହ କାହାର ଧକ୍କା ହୋଇନି । […]

909

Niharika Rout
  • Published: Friday, 17 July 2020
  • , Updated: 17 July 2020, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ପୁଣି ସନ୍ଦେହ ଘେରକୁ ଠେଲି ଦେଇଛି । ପୁରୁଷୋତ୍ତମ ଏକ୍ସପ୍ରେସ୍ ଲୋକୋ ପାଇଲଟଙ୍କ ବୟାନ  ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜରୁ ତଦନ୍ତ କରି ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥାଇପାରେ ବୋଲି ଜିଆରପି ଅନୁମାନ କରୁଥିବା ବେଳେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଲୋକୋ ପାଇଲଟ୍ ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣା ଦିନ ସେ ଚଳାଉଥିବା ଟ୍ରେନ୍ ସହ କାହାର ଧକ୍କା ହୋଇନି । ରାତି ୮ଟା ୨୦ରେ ଟ୍ରେନ୍ ରେତଙ୍ଗ ଷ୍ଟେସନ୍ ଛାଡ଼ିଥିଲା  ଓ ୮ଟା ୩୫ରୁ ୪୦ ଭିତରେ ଭୁବନେଶ୍ୱର ଷ୍ଟେସନରେ  ପହଞ୍ଚିଥିଲା । ତା ମଝିରେ କୌଣସି ଠାରେ ଟ୍ରେନ୍ କାହାକୁ ଧକ୍କା ଦେଇନାହିଁ ।

ଏପରି ହୋଇଥିଲେ, ନିୟମ ଅନୁସାରେ ସେ ରିପୋର୍ଟ କରିଥାନ୍ତେ ବୋଲି କହିଛନ୍ତି । ତାଙ୍କ ବୟାନଙ୍କୁ ରେକର୍ଡ କରିଛି ଜିଆରପି।  ସେପଟେ ଆଦିତ୍ୟଙ୍କ ମୃତ୍ୟୁପଛର କାରଣକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ଲିଙ୍ଗରାଜ ଷ୍ଟେସନଠୁ ଦୁଇ ଶହ ମିଟର ଦୂରରେ ଆଉ ଦୁଇଟି ସିସିଟିଭିର ଫୁଟେଜ ଉଦ୍ଧାର କରିଛି ପୁଲିସ।  ୨ଟି ମଧ୍ୟରୁ ଗୋଟିଏ ସିସିଟିଭି ଫୁଟେଜ ଭଲ ଭାବେ ଦୃଶ୍ୟମାନ ହେଉଥିବା ନେଇ ସୂଚନା ମିଳିଛି । ଆଦିତ୍ୟଙ୍କ ମୃତ୍ୟୁକୁ ୧୨ ଦିନ ବିତିଯାଇଥିଲେ ବି,  ଏ ଯାଏଁ ତାଙ୍କର ମୃତ୍ୟୁ କେମିତି ହେଲା ସେନେଇ ସ୍ପଷ୍ଟ କରିପାରିନି ଜିଆରପି।

Related story