କ୍ରାଇମ ପାଟ୍ରୋଲ ଦେଖି ଲୁଟ, ବନ୍ଧା ହେଲେ ପ୍ରେମିକ ଓ ପ୍ରେମିକା

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ। ଏହି ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୁଲିସ।  ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓରଫ ପିଙ୍କି ଏବଂ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ। ପିଙ୍କି ଏକ ଘରୋଇ ଫାଇନାନ୍ସ କମ୍ପାନୀରରେ ଏଜେଣ୍ଟ ଭାବେ କାମ  […]

loot-case

loot-case

Niranjan Mishra
  • Published: Sunday, 05 June 2022
  • , Updated: 06 June 2022, 10:08 AM IST

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ। ଏହି ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୁଲିସ।  ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓରଫ ପିଙ୍କି ଏବଂ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ।

ପିଙ୍କି ଏକ ଘରୋଇ ଫାଇନାନ୍ସ କମ୍ପାନୀରରେ ଏଜେଣ୍ଟ ଭାବେ କାମ  କରୁଥିଲେ। ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ନିଜ ପ୍ରେମିକ ସହ ମିଶି ଲୁଟ ଯୋଜନା କରିଥିଲେ। ଗତ ୨ ତାରିଖରେ ପିଙ୍କି ନିଜ ଅଫିସ ସୁପର ଭାଇଜର ସାଦିୟା ଖାତୁନକୁ ଟଙ୍କା ନେବା ପାଇଁ ସୁତାହାଟ ଚର୍ଚ ନିକଟକୁ ଡକାଇଥିଲେ। ସେ ପହଞ୍ଚିବା ପରେ ଦୁଇଜଣ ବ୍ୟକ୍ତି ହଠାତ୍ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଲୁଟ କରି ନେଇ ପଳାଇଥିଲେ।

ଏନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ବେଳେ ପିଙ୍କିଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲା। ପରେ ସେ ଏହି ଲୁଟ ନାଟକ ରଚନା କରିଥିବା କଥା ମାନି ଯାଇଥିଲେ। ତେଣୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି।

Related story