କୁକୁଡ଼ା ଉଗାଳିଲା ଅଜଗର

ସମ୍ୱଲପୁର(ସଞ୍ଜୟ ଜେନା): କୁକୁଡ଼ାକୁ ଅଧାଗିଳିବା ପରେ ଉଗାଳିଲା ଅଜଗର।  ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏହି ଘଟଣା ଘଟିଛି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପଟି କୁକୁଡ଼ା ଫାର୍ମରେ ପଶି ଗୋଟିଏ କୁକୁଡ଼ାକୁ ଗିଳୁଥିଲା। ଏହାଦେଖି ଫାର୍ମରେ କାମ କରୁଥିବା କର୍ମଚାରୀମାନେ ହୋହାଲ୍ଲା କରିଥିଲେ। ଏହାପରେ ସାପଟି କୁକୁଡ଼ାକୁ ପୁରା ଗିଳି ନପାରି ଉଗାଳି ପକାଇ ଥିଲା। ଏନେଇ ଖବର ପାଇ ଧମା ଫରେଷ୍ଟ ରେଞ୍ଜର ଓ ଅନ୍ୟ ବନ ବିଭାଗ […]

snake

Jyoshna Pradhan
  • Published: Tuesday, 30 July 2019
  • , Updated: 30 July 2019, 03:19 PM IST

ସମ୍ୱଲପୁର(ସଞ୍ଜୟ ଜେନା): କୁକୁଡ଼ାକୁ ଅଧାଗିଳିବା ପରେ ଉଗାଳିଲା ଅଜଗର।  ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏହି ଘଟଣା ଘଟିଛି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପଟି କୁକୁଡ଼ା ଫାର୍ମରେ ପଶି ଗୋଟିଏ କୁକୁଡ଼ାକୁ ଗିଳୁଥିଲା। ଏହାଦେଖି ଫାର୍ମରେ କାମ କରୁଥିବା କର୍ମଚାରୀମାନେ ହୋହାଲ୍ଲା କରିଥିଲେ। ଏହାପରେ ସାପଟି କୁକୁଡ଼ାକୁ ପୁରା ଗିଳି ନପାରି ଉଗାଳି ପକାଇ ଥିଲା।

ଏନେଇ ଖବର ପାଇ ଧମା ଫରେଷ୍ଟ ରେଞ୍ଜର ଓ ଅନ୍ୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି।

Related story