ମାଲକାନଗିରି(ଜିତେନ୍ଦ୍ର ବେଉରା): କୁକୁଡ଼ା ଖାଇବାକୁ ଆସି ଫସିଗଲା ଅଜଗର। ଶେଷରେ ସ୍ନେକ ହେଲ୍ପ ଲାଇନ୍ର ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଲେ। ଏପରି ଗତକାଲି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିବ ତ୍ରିପାଠୀଙ୍କ ବାରିପଟେ।
ମିଳିଥିବା ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ଅଜଗରଟି ପଳାଇ ଆସିଥିଲା। ଶିବ ତ୍ରିପାଠୀଙ୍କ ବାରିପଟେ କୁକୁଡ଼ା ବୁଲୁଥିବା ଦେଖି ତାହାକୁ ମାରି ଦେଇଥିଲା। ହେଲେ ଆଉ ଖାଇ ପାରି ନ ଥିଲା। ସ୍ଥାନୀୟ ଲୋକେ ଅଜଗରଟିକୁ ଦେଖି ସ୍ନେକ ହେଲ୍ପଲାଇନ୍କୁ ଖବର ଦେଇଥିଲେ। ଏହାପରେ ହେଲ୍ପଲାଇନ୍ ସଦସ୍ୟ ସ୍ନେହାଶିଷ ନାୟକ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ।
ଜଙ୍ଗଲରେ ଖାଦ୍ୟାଭାବ ହେତୁ ଅଜଗର ଏବେ ଜନବସତି ମୁହାଁ ହେଉଥିବା ପରିବେଶବିତ୍ ମତ ଦେଉଛନ୍ତି। ମାଲକାନଗିରି ପରି ଦୁର୍ଗମ ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅଜଗର ଜନବସତି ଅଞ୍ଚଳକୁ ପଳାଇ ଆସିଥିଲେ ମଧ୍ୟ କାହାର କ୍ଷତି ଘଟାଇ ନ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।