କ୍ୱାର୍ଟର୍ସ ଫେରାଇବାକୁ ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଏକାଧିକ ସରକାରୀ ଘର ରଖି ସମାଲୋଚନାର ଶରବ୍ୟ ହେବା ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଗୋଟିଏ ଘର ଫେରାଇ ନେବାକୁ ବିଧାନସଭା ସଚିବଙ୍କୁ ଚିଠି ଲେଖିଛନ୍ତି। ଘରଟି ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଖଲରେ ଥିବା ଅଶୋକ ସୂଚନା ଦେଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜର ଅଧିକ ଗୋଟିଏ ଘର ଫେରାଇ ନେବାକୁ ବିଧାନସଭା ସଚିବଙ୍କୁ ଲେଖିଛନ୍ତି। ସଂସ୍କୃତି ମନ୍ତ୍ରୀ ପଣ୍ଡା କହିଛନ୍ତି, “ମୋତେ ଆବଣ୍ଟନ କରାଯାଇଥିବା କ୍ୱାର୍ଟର୍ସଟି ଚିଲିକାର […]

Ashok panda

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 10:06 AM IST

ଭୁବନେଶ୍ୱର: ଏକାଧିକ ସରକାରୀ ଘର ରଖି ସମାଲୋଚନାର ଶରବ୍ୟ ହେବା ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଗୋଟିଏ ଘର ଫେରାଇ ନେବାକୁ ବିଧାନସଭା ସଚିବଙ୍କୁ ଚିଠି ଲେଖିଛନ୍ତି। ଘରଟି ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଖଲରେ ଥିବା ଅଶୋକ ସୂଚନା ଦେଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜର ଅଧିକ ଗୋଟିଏ ଘର ଫେରାଇ ନେବାକୁ ବିଧାନସଭା ସଚିବଙ୍କୁ ଲେଖିଛନ୍ତି।

ସଂସ୍କୃତି ମନ୍ତ୍ରୀ ପଣ୍ଡା କହିଛନ୍ତି, “ମୋତେ ଆବଣ୍ଟନ କରାଯାଇଥିବା କ୍ୱାର୍ଟର୍ସଟି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଖଲରେ ରହିଛି। ମୋତେ ଦିଆଯିବା ବେଳେ ସେ ସେଠାରେ ରହୁଥିଲେ। ତେଣୁ କ୍ୱାର୍ଟର୍ସଟି ତାଙ୍କ ହେପାଜତରେ ଥିଲା। ମନ୍ତ୍ରୀ ହିସାବରେ ମୋତେ ଆଉ ଏକ କ୍ୱାର୍ଟର୍ସ ମିଳିବା ପରେ ପୂର୍ବରୁ ମିଳିଥିବା ଏହି କ୍ୱାର୍ଟର୍ସର ଆବଣ୍ଟନ ରଦ୍ଦ କରି ଦେବାକୁ ଚିଠି ଲେଖିଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଧି ବ୍ୟବସ୍ଥା ଅନୁସାରେ ଦୁଇଟି କ୍ୱାର୍ଟର୍ସ ରଖାଯାଇ ପାରିବ। ଏବେ କ୍ୱାର୍ଟର୍ସ ଅଭାବ ଦେଖା ଦେଇଛି। କିଛି ସଦସ୍ୟଙ୍କ ରହିବା ପାଇଁ ଘର ନାହିଁ। ଏପରି ସ୍ଥିତିରେ ଆମେ ଦୁଇଟା କ୍ୱାର୍ଟର୍ସ ରଖିବା ଠିକ୍‌ ହୋଇନାହିଁ। ତେଣୁ ମୋତେ ଆବଣ୍ଟନ ହୋଇଥିବା ଆସେମ୍ବ୍ଲି କ୍ୱାର୍ଟର୍ସ ୭ ଦିନ ମଧ୍ୟରେ ରଦ୍ଦ କରିବାକୁ କହିଛି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ମୁଁ ବି କ୍ୱାର୍ଟର୍ସ ଫେରାଇ ଦେବି। ଏଥିପାଇଁ ଦୁଇମାସ ପୂର୍ବରୁ ଜଣାଇ ସାରିଛି।”

Related story