ଜେଲରେ ମୃତ୍ୟୁ ଘଟିଥିବା ରବି ମାଓବାଦୀ ନଥିଲେ: ପରିବାର ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲର ବିଚାରାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରବି ଦୁଲା ମାଓବାଦୀ ନଥିଲେ । ସେ ମାନସିକ ରୋଗ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ମାଓବାଦୀ ଆଖ୍ୟା ଦିଆଯାଇ ଥିଲା। ନୟାଗଡ ମାଓବାଦୀ ଅସ୍ତ୍ରାଗାର ଆକ୍ରମଣରେ ଟ୍ୟାଙ୍କ ସମ୍ପୃକ୍ତି ନେଇ  ତାଙ୍କୁ ଫସାଇଦୀୟ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୨୦୦୮ ମସିହା ବାକୁଡ଼ାରୁ ଭୁଲରେ ଭୁବନେଶ୍ୱର ପଳାଇ ଆସିଥିବା ପରିବାର ଲୋକ କହିଛନ୍ତି। ସେଠାରୁ ନୟାଗଡ ବସ୍‌ରେ ବସି ନୟାଗଡ଼  ଯାଇଥିଲେ । […]

7bn

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 04:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲର ବିଚାରାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରବି ଦୁଲା ମାଓବାଦୀ ନଥିଲେ । ସେ ମାନସିକ ରୋଗ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ମାଓବାଦୀ ଆଖ୍ୟା ଦିଆଯାଇ ଥିଲା। ନୟାଗଡ ମାଓବାଦୀ ଅସ୍ତ୍ରାଗାର ଆକ୍ରମଣରେ ଟ୍ୟାଙ୍କ ସମ୍ପୃକ୍ତି ନେଇ  ତାଙ୍କୁ ଫସାଇଦୀୟ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

୨୦୦୮ ମସିହା ବାକୁଡ଼ାରୁ ଭୁଲରେ ଭୁବନେଶ୍ୱର ପଳାଇ ଆସିଥିବା ପରିବାର ଲୋକ କହିଛନ୍ତି। ସେଠାରୁ ନୟାଗଡ ବସ୍‌ରେ ବସି ନୟାଗଡ଼  ଯାଇଥିଲେ । ଠିକ୍‌ ସେହି ଦିନ ନୟାଗଡ ଆକ୍ରମଣ ହୋଇଥିଲା। ବାହାର ଲୋକ ହୋଇଥିବାରୁ  ପୁଲିସ ତାଙ୍କୁ ସେତେବେଳେ ଗିରଫ କରିଥିଲା। ପରିବାର ଲୋକ ତାଙ୍କୁ ଗିରଫ କରାଯାଇଥିବା ଜାଣିଥିଲେ ମଧ୍ୟ  ଅଭାବ ଯୋଗୁ କିଛି କରିପାରିନଥିଲେ। ଏବେ   କିଛି ଦିନ ତଳେ  ରବିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ କଲିକତା ବାକୁଡ଼ାରୁ ତାଙ୍କ ପରିବାର ଲୋକ ଆଜି ପହଞ୍ଚିଛନ୍ତି। ସେପଟେ ମିଥ୍ୟା ମକଦ୍ଦମା ବିରୋଧୀ ସଂସ୍ଥା ରବି ଦୁଲାଙ୍କ ମୃତ୍ୟୁକୁ ନେଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛି।

ତାଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ, ବହୁ ଲୋକ ଏପରି ମିଥ୍ୟା ମକଦ୍ଦମାରେ ଶିକାର ହେଉଥିବା ମିଥ୍ୟା ମକଦ୍ଦମା ବିରୋଧୀ ସଂସ୍ଥା ଅଭିଯୋଗ କରିଛନ୍ତି। ରବିଙ୍କ ନାମରେ ୯ ଟି ମାମଲା ଥିବାବେଳେ ସେଥିରୁ ୫ଟି ରେ ମୁକୁଳି ସାରିଥିଲେ।

Related story