ଆଇପିଏସ୍‌ ଅଦଳବଦଳ: ରାଧାକିଶନ ଶର୍ମା ହେଲେ ଆଇଜି EOW

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ରାଧାକିଶନ ଶର୍ମା ହେଲେ ଆଇଜି EOW। ଓଏଚ୍‌ଆରସି ଆଡିସନାଲ୍ ଡିଜିପି ମନୋଜ ଛାବ୍ରା ହୋଇଛନ୍ତି ଆଡିସନାଲ୍ ଡିଜି ଟ୍ରେନିଂ। ତାଙ୍କ ସ୍ଥାନରେ ଏସ୍.ଏମ୍.ନର୍ବାଣେଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ସୁଶାନ୍ତ କୁମାର ନାଥ ଉତ୍ତରାଞ୍ଚଳ ଆଇଜି, ବିନୟତୋଷ ମିଶ୍ର ପୂର୍ବାଞ୍ଚଳ ଆଇଜି, ଅରୁଣ ବୋଥ୍ରା ଆଇଜି ରେଲେୱେ, ଅମିତାଭ ଠାକୁର ଆଇଜି ମଡନାଇଜେସନ୍, ଘନଶ୍ୟାମ ଉପାଧ୍ୟାୟ ଦକ୍ଷିଣାଞ୍ଚଳ ଆଇଜି, ନିଖିଳ କାନୋଡିଆ ଡିଆଇଜି ଟ୍ରେନିଂ, କବିତା ଜଲାନ୍ ଡିଆଇଜି ରାଉରକେଲା […]

Odisha-police-to-launch-operation-smile

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 09:47 PM IST

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ରାଧାକିଶନ ଶର୍ମା ହେଲେ ଆଇଜି EOW। ଓଏଚ୍‌ଆରସି ଆଡିସନାଲ୍ ଡିଜିପି ମନୋଜ ଛାବ୍ରା ହୋଇଛନ୍ତି ଆଡିସନାଲ୍ ଡିଜି ଟ୍ରେନିଂ। ତାଙ୍କ ସ୍ଥାନରେ ଏସ୍.ଏମ୍.ନର୍ବାଣେଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ସୁଶାନ୍ତ କୁମାର ନାଥ ଉତ୍ତରାଞ୍ଚଳ ଆଇଜି, ବିନୟତୋଷ ମିଶ୍ର ପୂର୍ବାଞ୍ଚଳ ଆଇଜି, ଅରୁଣ ବୋଥ୍ରା ଆଇଜି ରେଲେୱେ, ଅମିତାଭ ଠାକୁର ଆଇଜି ମଡନାଇଜେସନ୍, ଘନଶ୍ୟାମ ଉପାଧ୍ୟାୟ ଦକ୍ଷିଣାଞ୍ଚଳ ଆଇଜି, ନିଖିଳ କାନୋଡିଆ ଡିଆଇଜି ଟ୍ରେନିଂ, କବିତା ଜଲାନ୍ ଡିଆଇଜି ରାଉରକେଲା ହୋଇଛନ୍ତି। ସେହିପରି କଟକ ଡିସିପି ସଞ୍ଜିବ ଆରୋରାଙ୍କୁ ସମ୍ବଲପୁର ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଅଖିଳେଶ ସିଂଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଅନିରୁଦ୍ଧ ସିଂଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଉମାଶଙ୍କର ଦାସଙ୍କୁ ରାଉରକେଲା ଏସ୍‌ପି, ପ୍ରକାଶ ଆର୍.ଙ୍କୁ ଝାରସୁଗୁଡା, ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ, ଚରଣ ସିଂ ମୀନାଙ୍କୁ ଯାଜପୁର, ମିତ୍ରଭାନୁ ମହାପାତ୍ରଙ୍କୁ କନ୍ଧମାଳ, କନୱର ବିଶାଳ ସିଂଙ୍କୁ କୋରାପୁଟ, କେ.ଶିବାସୁବ୍ରମଣିଙ୍କୁ ବଲାଙ୍ଗିର, ଆଶିଷ କୁମାର ସିଂଙ୍କୁ ନୟାଗଡ଼, ପିନାକ ମିଶ୍ରଙ୍କୁ ସୁନ୍ଦରଗଡ଼, ଏମ୍.ଏସ୍.ସମ୍ପତଙ୍କୁ କଳାହାଣ୍ଡି, ଜଗମୋହନ ମୀନାଙ୍କୁ ମାଲକାନଗିରି ଏସ୍‌ପି ଭାବେ ବଦଳି କରାଯାଇଛି।

Related story