ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଅଛନ୍ତି ରାଧାରାଣୀ। ଶନିବାର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି । ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ  ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ […]

radha-1-1

Niharika Rout
  • Published: Monday, 06 July 2020
  • , Updated: 06 July 2020, 07:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଅଛନ୍ତି ରାଧାରାଣୀ।

ଶନିବାର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି । ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ  ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । ୨୦୧୪ରେ ବିଜେପି ଟିକଟରେ ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାଧାରାଣୀ ପଣ୍ଡା । ୨୦୧୯ରେ କିନ୍ତୁ ସେ ପରାଜିତ ହୋଇଥିଲେ ।

Related story