୩ ଛାତ୍ରୀଙ୍କୁ ଭୁଲ ମାଗୁଛନ୍ତି ୨ ଛାତ୍ର, କଲେଜ କ୍ୟାମ୍ପସରେ ରାଗିଂର ଭିଡ଼ିଓ ଭାଇରାଲ

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଗିଂ। ରାଗିଂ ଚାଲିଥିବାର ଭିଡିଓ ଭାଇରାଲ। ଭିଡ଼ିଓରେ ଏହି ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କୁ କିଛି ସିନିୟର ଓ ସହପାଠୀ କାନ ଧରି ଆଣ୍ଠୁ ମାଡ଼ି ବସି କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ୩ ସହପାଠୀ ଛାତ୍ରୀଙ୍କ ସହିତ ଅଶାଳୀନ ବ୍ୟବହାର କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଭିଡ଼ିଓରୁ ଶୁଣିବାକୁ ମିଳୁଛି। ଛାତ୍ର ଦୁଇଜଣ ହାତ ଯୋଡ଼ି ଏଭଳି ଆଉ ନ […]

ragging

  • Published: Wednesday, 28 December 2022
  • , Updated: 28 December 2022, 10:40 PM IST

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଗିଂ। ରାଗିଂ ଚାଲିଥିବାର ଭିଡିଓ ଭାଇରାଲ। ଭିଡ଼ିଓରେ ଏହି ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କୁ କିଛି ସିନିୟର ଓ ସହପାଠୀ କାନ ଧରି ଆଣ୍ଠୁ ମାଡ଼ି ବସି କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି।

୩ ସହପାଠୀ ଛାତ୍ରୀଙ୍କ ସହିତ ଅଶାଳୀନ ବ୍ୟବହାର କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଭିଡ଼ିଓରୁ ଶୁଣିବାକୁ ମିଳୁଛି। ଛାତ୍ର ଦୁଇଜଣ ହାତ ଯୋଡ଼ି ଏଭଳି ଆଉ ନ କରିବେନି ବୋଲି ଅନୁନୟ ବିନୟ ହେଉଛନ୍ତି। ପରେ ତାଙ୍କୁ ଛାଡ଼ି ଦିଆଯାଉଛି। ହେଲେ ଭିଡିଓ ଭାଇରାଲ କରିବାକୁ ଏହି ସମୟରେ ଧମକ ଦିଆଯାଉଛି।

ତେବେ ଏହି ସମୟରେ ବହୁ ସଂଖ୍ୟାରେ ବିଦ୍ୟାର୍ଥୀ ଭିଡ଼ିଓ କରୁଥିବା ଓ କ୍ଷମା ମାଗିବାକୁ ବାଧ୍ୟ କରୁଥିବା ବେଳେ କଲେଜ କ୍ୟାମ୍ପସରେ ଥିବା ଶତାଧିକ ଛାତ୍ରଛାତ୍ରୀ ଘଟଣା ଦେଖୁଛନ୍ତି।

ତେବେ ଏହି ଭାଇରାଲ ଭିଡିଓ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଏହା କେବର ଘଟଣା ତାହା ମଧ୍ୟ ଜଣାପଡ଼ିନି।

Related story