ରାସ୍ତା ଉପରେ ରାଗିଂର ଓଲଟା ଚିତ୍ର; ସିନିୟରଙ୍କୁ ନିର୍ଧୁମ ପିଟିଲେ ଜୁନିୟର ଛାତ୍ର

ଟିଟିଲାଗଡ଼(ମାନସ ମହାନ୍ତି): ଜୁନିଅରଙ୍କ ଉପରେ ସିନିଅରଙ୍କ ରାଗିଂ ନେଉଛି ବହୁ ଜୀବନ। ନିଜ ସ୍ୱପ୍ନ ପୂରଣ କରିବା ପୂର୍ବରୁ ଅକାଳରେ ଝଡ଼ି ପଡ଼ୁଛନ୍ତି ବହୁ ନିରୀହ ଛାତ୍ରଛାତ୍ରୀ। ତେଣୁ କଲେଜକୁ ରାଗିଂମୁକ୍ତ କରିବାକୁ ନିଆଯାଉଛି ଦୃଢ଼ ପଦକ୍ଷେପ। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଖୁଲମଖୁଲା ଓଲଟା ରାଗିଂର ଚିତ୍ର ଦେଖିବାକୁ ମିଳିଛି। ସେଠାରେ ଜୁନିଅର ପିଲାମାନେ ସିନିଅରଙ୍କୁ ରାସ୍ତା ଉପରେ ପିଟାପିଟି କରୁଥିବା ଘଟଣା ପଦାକୁ ଆସିଛି। ଏଠାରେ ଜୁନିୟରମାନେ ସଂଘବଦ୍ଧ ଭାବେ […]

raging

  • Published: Friday, 30 September 2022
  • , Updated: 30 September 2022, 11:08 AM IST

ଟିଟିଲାଗଡ଼(ମାନସ ମହାନ୍ତି): ଜୁନିଅରଙ୍କ ଉପରେ ସିନିଅରଙ୍କ ରାଗିଂ ନେଉଛି ବହୁ ଜୀବନ। ନିଜ ସ୍ୱପ୍ନ ପୂରଣ କରିବା ପୂର୍ବରୁ ଅକାଳରେ ଝଡ଼ି ପଡ଼ୁଛନ୍ତି ବହୁ ନିରୀହ ଛାତ୍ରଛାତ୍ରୀ। ତେଣୁ କଲେଜକୁ ରାଗିଂମୁକ୍ତ କରିବାକୁ ନିଆଯାଉଛି ଦୃଢ଼ ପଦକ୍ଷେପ। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଖୁଲମଖୁଲା ଓଲଟା ରାଗିଂର ଚିତ୍ର ଦେଖିବାକୁ ମିଳିଛି। ସେଠାରେ ଜୁନିଅର ପିଲାମାନେ ସିନିଅରଙ୍କୁ ରାସ୍ତା ଉପରେ ପିଟାପିଟି କରୁଥିବା ଘଟଣା ପଦାକୁ ଆସିଛି।

ଏଠାରେ ଜୁନିୟରମାନେ ସଂଘବଦ୍ଧ ଭାବେ ଜଣେ ସିନିୟର ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳୁଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ର ଫପସି ଗ୍ରାମର କାହ୍ନା ତାଣ୍ଡି।

[caption id="attachment_770270" align="aligncenter" width="650"] ଜଣେ ସିନିୟର ଛାତ୍ରଙ୍କୁ ଜୁନିୟରମାନେ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି।[/caption]

ସୂଚନାଯୋଗ୍ୟ, କାହ୍ନାଙ୍କ ଉଚ୍ଚତା କମ୍‌ ଥିବାରୁ ଗତକାଲି କିଛି ଜୁନିୟର ପିଲା ତାଙ୍କୁ କମେଣ୍ଟ କରିଥିଲେ। ଏହାକୁ ନେଇ ଉଚ୍ଚବାଚ ହେଲା। ତାହା ଉଗ୍ର ରୂପ ଧାରଣ କରିବାରୁ ଜୁନିୟର ପିଲାମାନେ ସଂଘବଦ୍ଧ ହୋଇ କାହ୍ନାଙ୍କୁ ଆକ୍ରମଣ କରିଥିଲେ। ଏପରିକି ପ୍ରାଣ ବିକଳରେ କାହ୍ନା କ୍ୟାମ୍ପସ୍‌ ବାହାରକୁ ଆସି ରାସ୍ତାରେ ଦୌଡ଼ୁଥିବା ବେଳେ ଜୁନିୟର ପିଲା ତାଙ୍କ ପିଛା କରିଥିଲେ। ରାସ୍ତା ଉପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାତରେ, ବାଡ଼ିରେ ପିଟିଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏନେଇ ସଇଁତଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏଥିସହ କଲେଜରେ ଏକ ୫ ଜଣିଆ  କମିଟି ଗଠିତ ହୋଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

Related story