ସଭାସ୍ଥଳରେ ଆଦିବାସୀଙ୍କ ସହିତ ନାଚିଲେ ରାହୁଲ ଗାନ୍ଧି
- Published: Wednesday, 06 February 2019
- , Updated: 06 February 2019, 05:06 PM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ମାଦଳର ତାଳେ ତାଳେ ନାଚୁଥିଲେ ଆଦିବାସୀ ପୁରୁଷ ଓ ମହିଳା। ଠିକ୍‌ ସେତିକି ବେଳେ ସଭା ସ୍ଥଳକୁ ଏଣ୍ଟ୍ରି ମାରିଲେ କଂଗ୍ରେସ ଅଧ୍ୟକ୍ଷ ତଥା ଯୁବରାଜ ରାହୁଲ ଗାନ୍ଧି। ସଭା ସ୍ଥଳରେ ପହଞ୍ଚି କର୍ମୀ ଓ ନେତାଙ୍କଠାରୁ ସେ ଅଭିବାଦନ ଗ୍ରହଣ କଲେ। ପରେ ସେ ମଞ୍ଚ ସମ୍ମୁଖରେ ଆଦିବାସୀ ନୃତ୍ୟ ପରିବେଷଣ କରୁଥିବା ଆସିବାସୀ ଯୁବକ ଓ ଯୁବତୀଙ୍କ ପାଖକୁ ଯାଇଥିଲେ। ମାଦଳର ତାଳେ ତାଳେ ସେ ସେମାନଙ୍କ ସହିତ ନାଚିଥିଲେ।</p>
<p>ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ରାହୁଲଙ୍କ ସହିତ ହାତକୁ ହାତ ଧରି ନାଚିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଆୟୋଜିତ ‘ପରିବର୍ତ୍ତନ ସଂକଳ୍ପ ସମାବେଶ’ରେ ଯୋଗଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ପ୍ରଥମେ ଭବାନୀପାଟଣାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ।</p>