୮ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ସେ ଜୟପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। କିନ୍ତୁ ସେହିଦିନ ସେ ବରଗଡ଼ ଗସ୍ତ କରିବେ ନାହିଁ। ସେ ୧୩ ତାରିଖରେ ବରଗଡ଼ ଆସିବେ ବୋଲି ସ୍ଥିରୀକୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ୱତନ୍ତ୍ର ବିମାନ ଜୟପୁର ବିମାନବନ୍ଦରରେ ଅବତରଣ କରି ପାରିବ ନାହିଁ। ତେଣୁ ସେ ଭାଇଜାଗରେ […]

rahul-gandhi-likely-to-visit-odisha-on-27-february

Manoranjan Sial
  • Published: Tuesday, 05 March 2019
  • , Updated: 05 March 2019, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ସେ ଜୟପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। କିନ୍ତୁ ସେହିଦିନ ସେ ବରଗଡ଼ ଗସ୍ତ କରିବେ ନାହିଁ। ସେ ୧୩ ତାରିଖରେ ବରଗଡ଼ ଆସିବେ ବୋଲି ସ୍ଥିରୀକୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ୱତନ୍ତ୍ର ବିମାନ ଜୟପୁର ବିମାନବନ୍ଦରରେ ଅବତରଣ କରି ପାରିବ ନାହିଁ। ତେଣୁ ସେ ଭାଇଜାଗରେ ଅବତରଣ କରି ହେଲିକପ୍ଟରରେ ଜୟପୁର ଆସିବେ। ଜୟପୁରରେ କାର୍ଯ୍ୟକ୍ରମ ସରିବା ପରେ ସେ ରାୟପୁର ଫେରି ଯିବେ। ସେଠାରୁ ବରଗଡ଼ ଆସିବା ସମୟ ସାପେକ୍ଷ। ତେଣୁ ୮ ତାରିଖରେ ଦୁଇଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେବା ସମ୍ଭବପର ହେଉନାହିଁ। ସେଥିପାଇଁ ରାହୁଲ ୧୩ ତାରିଖରେ ବରଗଡ଼ ଆସିବା ନେଇ କାର୍ଯ୍ୟକ୍ରମ ପୁନଃ ସ୍ଥିରୀକୃତ ହୋଇଛି।

ଜୟପୁରରେ ରାହୁଲ ପୂର୍ବାହ୍ନରେ ପହଞ୍ଚିବା ପରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ମହିଳା ସମାବେଶରେ ଯୋଗଦେବେ। ଏହାପରେ ରାହୁଲ ଚାଷୀଙ୍କୁ ଭେଟି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେହିଦିନ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Related story