ବିଭିନ୍ନ ସ୍ଥାନରେ ଚଢ଼ାଉ: ୨୫ଟି ହାଇୱା ଓ ଟ୍ରକ୍ ଜବତ

ଯାଜପୁର(ଗୁଲାମ ଗସ୍ ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ବେଆଇନ ଭାବେ କଳାପଥର ପରିବହନ କରୁଥିବା୨୫ଟି ହାଇୱା ଓ ଟ୍ରକ୍ ଜବତ କରାଯାଇଛି। ଗତକାଲି ଧର୍ମଶାଳା ଧର୍ମଶାଳା ତହସିଲଦାର ଓ ଜେନାପୁର ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା।  ଜାତୀୟରଜପଥର ଚଢ଼େଇଧରା, ବରଡା, ଆରୁହା ଓ ଶୁଭଦ୍ରାପୁର ଠାରେ ପରିବହନ ହେଉଥିବା ଗାଡ଼ିଗୁଡିକୁ ଯାଞ୍ଚ କରାଯାଇଥିଲା।  ବେଆଇନ ଭାବେ ପରିବହନ ହେଉଥିବା ଗାଡ଼ି ଗୁଡିକୁ ଜବତ କରାଯାଇଥିଲା। ଏହି ଗାଡ଼ି […]

bm

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 02:41 PM IST

ଯାଜପୁର(ଗୁଲାମ ଗସ୍ ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ବେଆଇନ ଭାବେ କଳାପଥର ପରିବହନ କରୁଥିବା୨୫ଟି ହାଇୱା ଓ ଟ୍ରକ୍ ଜବତ କରାଯାଇଛି।

ଗତକାଲି ଧର୍ମଶାଳା ଧର୍ମଶାଳା ତହସିଲଦାର ଓ ଜେନାପୁର ପୁଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା।  ଜାତୀୟରଜପଥର ଚଢ଼େଇଧରା, ବରଡା, ଆରୁହା ଓ ଶୁଭଦ୍ରାପୁର ଠାରେ ପରିବହନ ହେଉଥିବା ଗାଡ଼ିଗୁଡିକୁ ଯାଞ୍ଚ କରାଯାଇଥିଲା।  ବେଆଇନ ଭାବେ ପରିବହନ ହେଉଥିବା ଗାଡ଼ି ଗୁଡିକୁ ଜବତ କରାଯାଇଥିଲା।

ଏହି ଗାଡ଼ି ଗୁଡିକରୁ ଜୋରିମାନା ଆଦାୟ କରାଯାଇ ଛଡ଼ାଯିବ ବୋଲି ତହସିଲଦାର କହିଛନ୍ତି।

ସୂଚନାଯୋଗ୍ୟ, ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ବେଆଇନ ଖଦାନରୁ ମାଫିଆମାନେ କଳାପଥର ଉତ୍ତୋଳନ କରି ଅନ୍ୟତ୍ର ଚାଲାଣ କରି ଲାଭବାନ ହେଉଛନ୍ତି। ତହସିଲ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଉଥିବା ବେଳେ ଅନେକ ସମୟରେ ମାଫିଆମାନେ ଚକମା ଦେଇ ଖସିଯାଇଥାନ୍ତି।

Related story