ଗାଁରେ ଚାଲିଥିଲା ମଦ କାରଖାନା; ଚଢ଼ଉ ବେଳେ ୧୭ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗାଁରେ ଥିବା ଏକ  ମଦ କାରାଖାନା ଉପରେ ଆଜି ସକାଳେ ଚଢ଼ଉ କରାଯାଇଛି। ପୁଲିସ୍, ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ କାରଖାନାରେ ଚଢଉ କରିଛନ୍ତି। ଚଢଉ ବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍, ଗୋଟିଏ କାର୍, ଗୋଟିଏ ଟ୍ରକ୍ ସହ ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ କାରଖାନାର […]

hhhhhhhhhhhhhhhhhhhhhhhhhhhhhhhh

Tapaswini Nayak
  • Published: Friday, 24 April 2020
  • , Updated: 24 April 2020, 01:11 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗାଁରେ ଥିବା ଏକ  ମଦ କାରାଖାନା ଉପରେ ଆଜି ସକାଳେ ଚଢ଼ଉ କରାଯାଇଛି। ପୁଲିସ୍, ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ କାରଖାନାରେ ଚଢଉ କରିଛନ୍ତି।

ଚଢଉ ବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍, ଗୋଟିଏ କାର୍, ଗୋଟିଏ ଟ୍ରକ୍ ସହ ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ କାରଖାନାର ମାଲିକ ମିନତୀ ପାଇକରାୟଙ୍କୁ ଗିରଫ କରାଯାଇଛି ।

ରାସୋଳ ଗାଁରେ ମଦ କାରାଖାନା ଚାଲୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।  ଏହାପରେ ଆଜି ସକାଳେ ପୁଲିସ୍, ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ ମଦ କାରଖାନା ଉପରେ ଚଢ଼ଉ କରିଥିଲେ।

Related story