ଟିଟୋ ଘରେ କ୍ରାଇମ୍‌ବ୍ରାଞ୍ଚର ଚଢ଼ାଉ

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋର ଦିଲାପୁର ଗାଁରେ ଥିବା ଘରେ କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ  ଫୋର୍ସ ମୁତୟନ କରାଯାଇଛି। ଏହାସହ  ଟିଟୋର ଭାଇ ଘରେ ମଧ୍ୟ ଚଢ଼ାଉ ହୋଇଛି। ଅଣ୍ଡରଓ୍ୱାଲ୍ଡ ଲିଙ୍କ୍‌ ଓ ଟେଣ୍ଡର ମାଫିଆ କାରବାର ଲିଙ୍କରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ଛଅ ଦିନ ତଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ […]

kendrapada

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 02:26 PM IST

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋର ଦିଲାପୁର ଗାଁରେ ଥିବା ଘରେ କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ  ଫୋର୍ସ ମୁତୟନ କରାଯାଇଛି। ଏହାସହ  ଟିଟୋର ଭାଇ ଘରେ ମଧ୍ୟ ଚଢ଼ାଉ ହୋଇଛି। ଅଣ୍ଡରଓ୍ୱାଲ୍ଡ ଲିଙ୍କ୍‌ ଓ ଟେଣ୍ଡର ମାଫିଆ କାରବାର ଲିଙ୍କରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ଛଅ ଦିନ ତଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ଟିଟୋକୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ  ଏନ୍‌କାଉଣ୍ଟର କରିଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ତାକୁ ଗିରଫ କରାଯାଇଥିଲା।

Related story