ହରିଦାସପୁରରୁ ପାରାଦୀପକୁ ଟ୍ରାଏଲ୍‌ ରନ୍‌ କଲା ବିଜୁଳିଚାଳିତ ଟ୍ରେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନର ଟ୍ରାଏଲ୍‌ ରନ୍‌ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ ଟ୍ରାଏଲ ରନ ହୋଇଥିଲା। ଆଜି ବିଜୁଳି ଚାଳିତ ଟ୍ରେନ ଟ୍ରାଏଲ୍‌ ରନ କରୁଛି। ଯଦି ଏହି ଟ୍ରାଏଲ୍‌ ରନ୍‌ ବେଳେ କୌଣସି ତ୍ରୁଟି ବିଚ୍ୟୁତି ନ ହୁଏ, ତେବେ ଖୁବଶୀଘ୍ର ନିୟମିତ ଭାବେ ଟ୍ରେନ ଚଳାଚଳ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଖୁସିର ଖବର। ହରିଦାସପୁରରୁ ପାରାଦୀପକୁ ଟ୍ରେନ ଚଳାଚଳର ଶେଷ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି। 👌👌ଏଥିପାଇଁ […]

trail-run

trail-run

Manoranjan Sial
  • Published: Friday, 24 July 2020
  • Updated: 24 July 2020, 03:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନର ଟ୍ରାଏଲ୍‌ ରନ୍‌ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ ଟ୍ରାଏଲ ରନ ହୋଇଥିଲା। ଆଜି ବିଜୁଳି ଚାଳିତ ଟ୍ରେନ ଟ୍ରାଏଲ୍‌ ରନ କରୁଛି। ଯଦି ଏହି ଟ୍ରାଏଲ୍‌ ରନ୍‌ ବେଳେ କୌଣସି ତ୍ରୁଟି ବିଚ୍ୟୁତି ନ ହୁଏ, ତେବେ ଖୁବଶୀଘ୍ର ନିୟମିତ ଭାବେ ଟ୍ରେନ ଚଳାଚଳ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

https://twitter.com/Panda_Odia/status/1286556458163695616?s=20

ହରିଦାସପୁରରୁ ପାରାଦୀପ ଦୀର୍ଘ  ୮୨ କିଲୋମିଟର ପଥ ଅତିକ୍ରମ ବେଳେ ବିଭିନ୍ନ ସ୍ଥାନରେ ଏହାର ଯାଞ୍ଚ କରାଯାଉଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ କେଉଁଠି ତ୍ରୁଟି ଅଛି କି ନାହିଁ ତାହାର ଅନୁଧ୍ୟାନ କରୁଛନ୍ତି। ଟ୍ରେନ୍‌ଟି ଆଜି  ୧୦ଟା ୧୩ ମିନିଟ ସମୟରେ ହରିଦାସପୁର ଷ୍ଟେସନରୁ ବାହାରିଥିଲା।

ହରିଦାସପୁରରୁ ପାରାଦୀପକୁ ଟ୍ରାଏଲ୍‌ ରନ୍‌ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ଲେଖିଛନ୍ତି-“ହରିଦାସପୁରରୁ ପାରାଦୀପକୁ ଟ୍ରେନ୍‌ ଚଳାଚଳର ଶେଷ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି। ଏଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଜୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲଜୀଙ୍କୁ ଆନ୍ତରିକ ଧନ୍ୟବାଦ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos