ରେଳ ଓ ରାସ୍ତାରୋକ ସମୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ଏସଓପି ପ୍ରସ୍ତୁତ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରେଳ ଓ ରାସ୍ତାରୋକ ସମୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜୋର ଅର୍ଥାତ ଏସଓପି ପ୍ରସ୍ତୁତ କରୁଛନ୍ତି। ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଏସ୍ଓପି ପ୍ରସ୍ତୁତ କରାଯାଉଥିବା ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ମାଓ ହିଂସା କମିବା ସହ ମାଓବାଦୀଙ୍କ ଆତ୍ମସମର୍ପଣ ବଢିଛି। […]

naveen

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 02:32 AM IST

ଭୁବନେଶ୍ୱର: ରେଳ ଓ ରାସ୍ତାରୋକ ସମୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜୋର ଅର୍ଥାତ ଏସଓପି ପ୍ରସ୍ତୁତ କରୁଛନ୍ତି। ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଏସ୍ଓପି ପ୍ରସ୍ତୁତ କରାଯାଉଥିବା ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ମାଓ ହିଂସା କମିବା ସହ ମାଓବାଦୀଙ୍କ ଆତ୍ମସମର୍ପଣ ବଢିଛି। ସେହିପରି ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବଜାୟ ରହିଛି। କ୍ରିମିନାଲ ଜଷ୍ଟିସ ସିଷ୍ଟମକୁ ଶକ୍ତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳାଙ୍କ ବିରୋଧ ହେଉଥିବା ଜଘନ୍ୟ ଅପରାଧକୁ ରେଡ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇ ତଦନ୍ତ କରାଯାଉଛି। ତେବେ ଆଲୋଚନା ବେଳେ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଆଯାଇନଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର।  କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ଜଣେ ପୋଲିସ ଅଧିକାରୀଙ୍କୁ ପୋଲିସ ଡିଜି ନିଯୁକ୍ତି ଦିଆଯିବାକୁ ନେଇ ବର୍ଷିଥିଲେ ନରସିଂହ। ସେହିପରି ଲୋକାୟୁକ୍ତ , ମୁଖ୍ୟ ସୂଚନା କମିଶନର, ସୂଚନା କମିଶନ ସଦସ୍ୟ, ରାଜ୍ୟ ମାନବଅଧୀକାର କମିଶନ ସଦସ୍ୟ ନିଯୁକ୍ତ ହୋଇନଥିବାରୁ ସମାଲୋଚନା କରିଥିଲେ ନରସିଂହ। ଅନ୍ୟପକ୍ଷରେ ବିଜେପି ନିଲମ୍ୱିତ ଏସପି ସତୀଶ ଗଜଭିୟେ ପ୍ରସଙ୍ଗ ଉଠାଇଥିଲା।

Related story