ଫୋନି’ ମୁକାବିଲା: ରେଲୱେ ଜାରିକଲା ହେଲ୍‌ପ ଲାଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଆସନ୍ତାକାଲି ପୁରୀ ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସତର୍କ ହୋଇଛି ପୂର୍ବତଟ ରେଳପଥ। ସେଥିପାଇଁ ହାୱଡା-ବିଜୟନଗରମ୍‌ ମଧ୍ୟରେ ଚଳାଚଳ କରୁଥିବା ୧୦୭ ଟ୍ରେନ୍‌ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ରେଳ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ […]

Railway-announces-helpline-numbers-for-passengers-stranded-due-to-cancellation

Manoranjan Sial
  • Published: Thursday, 02 May 2019
  • , Updated: 02 May 2019, 08:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଆସନ୍ତାକାଲି ପୁରୀ ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସତର୍କ ହୋଇଛି ପୂର୍ବତଟ ରେଳପଥ। ସେଥିପାଇଁ ହାୱଡା-ବିଜୟନଗରମ୍‌ ମଧ୍ୟରେ ଚଳାଚଳ କରୁଥିବା ୧୦୭ ଟ୍ରେନ୍‌ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏଥିପାଇଁ ରେଳ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରାଯାଇଛି। ସେହିପରି ସମ୍ବଲପୁର ପାଇଁ ୦୬୬୩- ୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨; ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭଦ୍ରକ ପାଇଁ ୦୬୭୮୪-୨୩୦୮୨୭, କଟକ: ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ବିଶାଖାପାଟନମ୍ ପାଇଁ ୦୮୯୧- ୨୭୪୬୨୫୫, ୦୮୯୧- ୧୦୭୨ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରିଛି ରେଳ ବିଭାଗ।

Related story