ଆଜିଠୁ ଓଡ଼ିଆରେ ରେଳ ଟିକେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଓଡ଼ିଆରେ ଟ୍ରେନ୍ ଟିକେଟ୍ ମିଳିବ। ଓଡ଼ିଆ ଅକ୍ଷରରେ ଲେଖା ହୋଇଥିବା ଅଣ ସଂରକ୍ଷିତ ଟ୍ରେନ୍‌ ଟିକେଟ ଯାତ୍ରୀମାନେ ପାଇପାରିବେ। ରାଜ୍ୟର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଏହାସହ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱରର ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଏହାର ଶୁଭାରମ୍ଭ ହେବ। […]

rail.jpg0000

Tapaswini Nayak
  • Published: Saturday, 24 August 2019
  • , Updated: 24 August 2019, 12:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଓଡ଼ିଆରେ ଟ୍ରେନ୍ ଟିକେଟ୍ ମିଳିବ। ଓଡ଼ିଆ ଅକ୍ଷରରେ ଲେଖା ହୋଇଥିବା ଅଣ ସଂରକ୍ଷିତ ଟ୍ରେନ୍‌ ଟିକେଟ ଯାତ୍ରୀମାନେ ପାଇପାରିବେ। ରାଜ୍ୟର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।

ଏହାସହ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ଭୁବନେଶ୍ୱରର ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଏହାର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିବେ।

Related story