ଅସରାଏ ବର୍ଷାରେ ଖୋଲିଲା ପୌରସଂସ୍ଥାର ଗୁମର: ଘରେ ଲହଡ଼ି ଭାଙ୍ଗୁଛି ଡ୍ରେନ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୌସୁମୀର ପ୍ରଥମ ବର୍ଷାରେ ବେହାଲ ହେଲା ସାରା ରାଜ୍ୟ। ବହୁ ସ୍ଥାନରେ ଖୋଲିଛି ପୌରସଂସ୍ଥାର ପୋଲ୍। ଅଧାପନ୍ତରିଆ ଡ୍ରେନ୍ କାମ ଯୋଗୁଁ ଲୋକଙ୍କ ଘରେ ପଶିଛି ନର୍ଦ୍ଦମା ପାଣି। କଟକରେ ଏଥିପାଇଁ ଜାଇକାକୁ ଦୋଷ ଦେଇଛି ଜିଲ୍ଲା ପ୍ରଶାସନ। ତେଣେ ବର୍ଷା ପାଣିରେ ପୁଣି ଉବୁଟୁବୁ ହୋଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକ ହୋଇଛନ୍ତି ହଟ୍ଟହଟ୍ଟା। ପାଣିପାଗ ବିଭାଗ କହିଛି ବର୍ଷା ଆହୁରି ୪୮ଘଣ୍ଟା ଯାଏଁ ଲାଗି ରହିବ। ମୌସୁମୀର ପ୍ରଥମ ଅସରା ବର୍ଷାରେ […]

rain

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୌସୁମୀର ପ୍ରଥମ ବର୍ଷାରେ ବେହାଲ ହେଲା ସାରା ରାଜ୍ୟ। ବହୁ ସ୍ଥାନରେ ଖୋଲିଛି ପୌରସଂସ୍ଥାର ପୋଲ୍। ଅଧାପନ୍ତରିଆ ଡ୍ରେନ୍ କାମ ଯୋଗୁଁ ଲୋକଙ୍କ ଘରେ ପଶିଛି ନର୍ଦ୍ଦମା ପାଣି। କଟକରେ ଏଥିପାଇଁ ଜାଇକାକୁ ଦୋଷ ଦେଇଛି ଜିଲ୍ଲା ପ୍ରଶାସନ। ତେଣେ ବର୍ଷା ପାଣିରେ ପୁଣି ଉବୁଟୁବୁ ହୋଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକ ହୋଇଛନ୍ତି ହଟ୍ଟହଟ୍ଟା। ପାଣିପାଗ ବିଭାଗ କହିଛି ବର୍ଷା ଆହୁରି ୪୮ଘଣ୍ଟା ଯାଏଁ ଲାଗି ରହିବ।

ମୌସୁମୀର ପ୍ରଥମ ଅସରା ବର୍ଷାରେ ଉବୁଟୁବୁ ଗାଁଠୁ ସହର। କେଉଁଠି ବର୍ଷା ପାଣି ତ ଆଉ କେଉଁଠି ଘର ଭିତରେ ଲହଡ଼ି ଭାଙ୍ଗୁଛି ଡ୍ରେନ ପାଣି। କଟକ ବାଦାମବାଡ଼ି ଅଞ୍ଚଳର ଘର ଭିତରେ ଓ ବାହାରେ ସବୁଠି ପାଣି। ରକ୍ସିଲେନ, ଷ୍ଟୁଆର୍ଟ ପାଟଣା ଭଳି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଏଭଳି ସ୍ଥିତି ପାଇଁ ଅସମାପ୍ତ ଜାଇକା କାମକୁ ଜିଲ୍ଲାପାଳ ଦୋଷ ଦେଇଥିବା ବେଳେ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା ହେଉଥିବା କହିଛନ୍ତି ଜାଇକା କର୍ତ୍ତୃପକ୍ଷ।

ରାଉରକେଲାର ଡ୍ରେନେଜ୍ ସମସ୍ୟାରୁ ଓ୍ୱାଟର ଲଗିଂ ଫଳରେ ଗୋପବନ୍ଧୁପାଲ୍ଲୀ, ମଧୁସୂଦନପାଲ୍ଲୀ ଭଳି ୧୦ଟି ଓ୍ୱାର୍ଡର ବସ୍ତି ଅଞ୍ଚଳରେ ବହୁ କଚ୍ଚା ଘର ଭାଙ୍ଗିଯାଇଛି। ବାଲେଶ୍ୱରର ପୋଷ୍ଟାଲ କଲୋନୀରେ ଲୋକଙ୍କ ଘରେ ପାଣି ପଶିଛି। ପର୍ଯ୍ୟଟନ ସହର ପୁରୀ ବି ବେହାଲ୍ ହୋଇଛି। ବର୍ଷାରେ ବଡ଼ଦାଣ୍ଡରେ ଆବର୍ଜନା ପାଣି ନିଷ୍କାସନ ହୋଇନପାରି ଲହଡ଼ି ମାରୁଥିବା ବେଳେ ବେଳାଭୂମୀରେ ଦିଗବାରେଣୀ ଖୁଣ୍ଟି, ଚୈତନ୍ୟ ଛକ ଓ ସ୍ୱର୍ଗଦ୍ୱାର ଅଞ୍ଚଳରେ ରାସ୍ତା ଉପରକୁ ଆସିଯାଇଥିଲା ସମୁଦ୍ର ପାଣି।

କୋଣାର୍କରେ ଆଣ୍ଠୁଏ ପାଣି

ଲଗାଣ ବର୍ଷା ଯୋଗୁଁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ପାଣି। ସେହି ପାଣିରେ ପଶି ବ୍ଲାକ୍ ପାଗୋଡ଼ାକୁ ଦେଖୁଛନ୍ତି ପର୍ଯ୍ୟଟକ। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ହେଉଥିବାରୁ ଏବେ ମନ୍ଦିର ସୁରକ୍ଷାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସେପଟେ ଏଏସଆଇ କର୍ତ୍ତୃପକ୍ଷ କହିଛନ୍ତି ଡ୍ରେନ୍ ନିର୍ମାଣ ଲାଗି ୫୦ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ଆସନ୍ତା ବର୍ଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା ଆହୁରି ୪୮ ଘଣ୍ଟା ଯାଏଁ ଲାଗି ରହିବ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Related story