ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ବରଗଡ଼, ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ,  ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ଯୋଗୁ  ରାଜ୍ୟରେ ଆହୁରି ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଯୋଗୁ ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏପଟେ […]

rain-2

rain-2

Niharika Rout
  • Published: Saturday, 15 August 2020
  • Updated: 15 August 2020, 07:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ବରଗଡ଼, ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ,  ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ଯୋଗୁ  ରାଜ୍ୟରେ ଆହୁରି ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପ ଯୋଗୁ ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏପଟେ ଲଗାଣ ବର୍ଷା ସତ୍ତ୍ୱେ ଜୁନ ୧ରୁ ଅଗଷ୍ଟ ୧୪ ଯାଏଁ ରାଜ୍ୟରେ ୧୩ ପ୍ରତିଶତ  କମ୍ ବର୍ଷା ହୋଇଛି । ତେବେ ଅଧିକାଂଶ ଜିଲ୍ଲାରେ ବର୍ଷା  ପରିମାଣ ସ୍ୱାଭାବିକ ଥିବା ସୂଚନା ଦେଇଛନ୍ତି ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶକ । ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା  ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos