ଭିଜିଲା ଧାନ, ଆସନ୍ତାକାଲି ଏହି ସବୁ ଅଞ୍ଚଳରେ ବର୍ଷା

କଳାହାଣ୍ଡି(ଓଡ଼ିଶା ରିପୋର୍ଟର):ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି।  କୋହଲା ପାଗ ସାଙ୍ଗକୁ ବର୍ଷା ଫଳରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି। ସେପଟେ ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡଲା ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବର୍ଷାରେ […]

5890

Tapas Behera
  • Published: Thursday, 26 December 2019
  • , Updated: 27 December 2019, 01:30 PM IST

କଳାହାଣ୍ଡି(ଓଡ଼ିଶା ରିପୋର୍ଟର):ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି।  କୋହଲା ପାଗ ସାଙ୍ଗକୁ ବର୍ଷା ଫଳରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି। ସେପଟେ ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡଲା ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।

ମଣ୍ଡିରୁ ଧାନ ଉଠାଣ ହୋଇପାରୁନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡି ରହି ବର୍ଷାରେ ନଷ୍ଟ ହେବା  ଚାଷୀକୁଳଙ୍କ ଚିନ୍ତା  ବଢାଇଛି। ସେପଟେ ଆଜି ଉତ୍ତର ଓଡିଶାର ସ୍ଥାନେ ସ୍ଥାନେ ସକାଳୁ ସାମାନ୍ୟ ବର୍ଷା ଲାଗି ରହିଥିଲା । ନୀଳଗିରି ଅଞ୍ଚଳରେ ଚାଷୀମାନେ ବିଲରେ ପଡିଥିବା ଧାନକୁ ଟ୍ରାକ୍ଟରରେ ଲଦି ଘରକୁ ନେଉଥିବା ଦେଖିବାକୁ ମିଳିଥିଲା। ଆଭ୍ୟନ୍ତରୀଣ ଉତ୍ତର ଓଡିଶା ଦେଇ ଏକ ଟ୍ରଫ ଲାଇନ ଯାଇଥିବାରୁ ଏହାର ପ୍ରଭାବରେ ଏଭଳି ପାଗ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ମଧ୍ୟ ଉତ୍ତର ଏବଂ ଉପକୂଳବର୍ତ୍ତୀ ଦକ୍ଷିଣ ଓଡିଶାରେ କୋହଲା ପାଗ ସହ ସାମାନ୍ୟ ବର୍ଷା ଲାହିରହିବ। ୨୮ ତାରିଖ ପରଠାରୁ ତାପମାତ୍ରା ହ୍ରାସ ପାଇ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related story