ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ; ଆଜିଠୁ ବର୍ଷିବ
- Published: Monday, 13 November 2017
- , Updated: 13 November 2017, 10:44 AM IST
<p>ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୫ ଓ ୧୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ପ୍ରଭାବରେ ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ ବାଲେଶ୍ୱର , ଭଦ୍ରକ, ଢେଙ୍କାନାଳ, ଅନୁଗୋଳ,ମୟୁରଭଞ୍ଜ , କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୭ ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ।</p>
<p>&nbsp;</p>