ପହଞ୍ଚିଲା ମୌସୁମୀ, ଭିଜିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।  ଗତକାଲି ମାଲକାନାଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁଥିବା ବେଳେ ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଭାବେ ପହଞ୍ଚିଥିଲା । ମୌସୁମୀ ପ୍ରଭାବରେ ଏହି ସବୁ ଜିଲ୍ଲାରେ ବର୍ଷା ହୋଇଛି । ଉପକୂଳ ଅଞ୍ଚଳରେ ମଧ୍ୟ ବହୁ ସ୍ଥାନରେ ବର୍ଷା ହୋଇଛି । ଆଜି ପାଇଁ ଦକ୍ଷିଣ ଏବଂ ଉପକୂଳ […]

rain-1

Niharika Rout
  • Published: Friday, 12 June 2020
  • , Updated: 12 June 2020, 08:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।  ଗତକାଲି ମାଲକାନାଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁଥିବା ବେଳେ ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଭାବେ ପହଞ୍ଚିଥିଲା । ମୌସୁମୀ ପ୍ରଭାବରେ ଏହି ସବୁ ଜିଲ୍ଲାରେ ବର୍ଷା ହୋଇଛି । ଉପକୂଳ ଅଞ୍ଚଳରେ ମଧ୍ୟ ବହୁ ସ୍ଥାନରେ ବର୍ଷା ହୋଇଛି । ଆଜି ପାଇଁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶା ଲାଗି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ମୌସୁମୀ ପହଞ୍ଚିବା ସହିତ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ସାରା ରାଜ୍ୟରେ ମୌସୁମୀ ପହଞ୍ଚିବାରେ ଏହି ଲଘୁଚାପ ସାହାଯ୍ୟ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Related story